ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘର ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ମଣ୍ଡଳ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘର ଏକ ବୈଠକ ତାରିଣୀ ମନ୍ଦିର ପରିସରରେ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କଟକ ଉତ୍ତର ଡାକ ମଣ୍ଡଳ ଗତ ଅପ୍ରେଲମାସ ୨୦୨୧ଠାରୁ ବିଭାଜିତ ହୋଇ ନୂତନ କେନ୍ଦ୍ରାପଡା ଓ ଯାଜପୁର ମଣ୍ଡଳ ଭାବେ ଗଠିତ ହୋଇ ଦୁଇଟି ମଣ୍ଡଳ ଭାବେ କାର୍ଯ୍ୟ କରୁଛି । ଏହି ବୈଠକରେ ଉତ୍ତର ମଣ୍ଡଳ ସଙ୍ଘର ସମସ୍ତ କାଗଜପତ୍ର ଓ ଆୟବ୍ୟୟର ସମୀକ୍ଷା କରାଯାଇଥିଲା । ବିଗତ ଦିନମାନଙ୍କରେ ସଙ୍ଘର ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର ପ୍ରଭାବ ଓ ସାଂଗଠନିକ କ୍ଷେତ୍ରରେ ଅଧିକ ଉଦ୍ୟମ ପାଇଁ ଆଲୋଚନା କରାଯାଇଥିଲା । ଆଗାମୀ ଦୁଇବର୍ଷ ନିମନ୍ତେ ସର୍ବସମ୍ମତିକ୍ରମେ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇ କଷଣଅଣ୍ଟାର ଏବିପିଏମ ନରେନ୍ଦ୍ର ତ୍ରିପାଠୀଙ୍କୁ ସଭାପତି ଭାବେ, ଉପସଭାପତି ଭାବେ ଗୋପାଳପୁର ଏବିପିଏମ ଶରତ କୁମାର ହାତୀ, ବାବୁଜଙ୍ଗ ବିପିଏମ ସନ୍ତୋଷ କୁମାର ବାରିକ, ଅଲିଆବାଦ ବିପିଏମ ଜଗଜ୍ଜୀବନ ଜେନା ଓ ସମ୍ପାଦକ ଭାବେ ଭରତପୁର ବିପିଏମ ବିଜୟ କିଶୋର ଦାସ, ସହ ସମ୍ପାଦକ ଭାବେ ଶିତଳେଶ୍ୱର ଏବିପିଏମ ବିବେକାନନ୍ଦ ପୁଜାରୀ, ପ୍ୟାକର ବାବାଜୀ ଚରଣ ସାମଲ, ଜିଜ୍ଞାଶିଷ ପ୍ରିୟକାନ୍ତ ଜେନା, କୋଷାଧ୍ୟକ୍ଷ ଭାବେ ଶାସନିପଡା ବିପିଏମ ଭଞ୍ଜକିଶୋର ସାହୁ, ସହ କୋଷାଧ୍ୟକ୍ଷ ଭାବେ ବନ୍ଧକଟା ବିପିଏମ ବିଜ୍ଞାନ କୁମାର ଦାସ, ସାଂଗଠନିକ ସମ୍ପାଦକ ଭାବେ ତରଡିପାଳ ବିପିଏମ ସଚ୍ଚିଦାନନ୍ଦ ବିଶ୍ୱାଳ, ବିଶ୍ୱନାରାୟଣ ବାରିକ, ନଟବର ସେଠୀ, ମନୋରଞ୍ଜନ ପରିଡା,ସଞ୍ଜୀବ କୁମାର ଦାସ ଏବଂ ହିସାବ ନିରୀକ୍ଷକ ଭାବେ ରବୀନ୍ଦ୍ର ନାଥ ସାହୁଙ୍କୁ ମନୋନିତ କରାଯାଇଥିବା ସମ୍ପାଦକ ବିଜୟ କିଶୋର ଦାସ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ