ଅଖିଳ ଭାରତ ଡାକ କର୍ମଚାରୀ ସଂଘର ଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଡାକଘର ସମ୍ମୁଖରେ ଅଖିଳ ଭାରତ ଡାକ କର୍ମଚାରୀ ସଂଘ ୧୫ ଦଫା ଦାବି ନେଇ ଧାରଣା ଦେଇଥିବାର ଦେଖିବାକୁ ମିଳିଛି । ଏହି ଧାରଣାରେ ଗ୍ରାମ ଡାକ ସେବକ ଓ ସେବୀକା ମାନେ ବସିଥିବାର ଜଣା ପଡ଼ିଛି । ଏହି ଧାରଣାରେ ସଭାପତି ଟି. ଚଲପତି ରାଓ, ସମ୍ପାଦକ ସୂର୍ୟ୍ୟ ନାରାୟଣ ପଣ୍ଡା, ଉପ ସଭାପତି ଅଭିମନ୍ୟୁ କଳିଙ୍ଗ , ସହ ସମ୍ପାଦକ ଏନ ରାମ ବାବୁ, ଏ.ଊ.ଝ ମଧୁସ୍ମିତା ଜେନା, ସ୍ୱାଗତିକା ସାମଲ, ମାଳତୀ ପ୍ରମୁଖ ଉପସ୍ଥିତ ଥିଲେ ।


