ମହିଳାମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ
ବାଲେଶ୍ୱର, (ସରୋଜ ପଣ୍ଡା) :ଆଜି ମହିଳାମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ରୟାଲ କୁଇନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ମହିଳାମୋର୍ଚା ସଭାନେତ୍ରୀ ସିପ୍ରାରେଖା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକର ମଞ୍ଚ ସଞ୍ଚାଳନ ମହିଳାମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ସୁସ୍ମିତା ପଣ୍ଡା କରିଥିଲେ। ଭାରତମାତା ପୂଜନ ଓ ସାମୁହିକ ବନ୍ଦେ ମାତରମ୍ ଗାନ ପରେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥଲା। ସଭାନେତ୍ରୀ ସିପ୍ରାରେଖା ମହାପାତ୍ର ତାଙ୍କର ସ୍ବାଗତ ଭାଷଣ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ରାଜ୍ଯ ମହିଳାମୋର୍ଚ୍ଚା ସଭାପତି ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ବାଳ, ସମ୍ମାନିତ ଅତିଥି ଭାବେ ମହିଳାମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ଡ଼ଃ ପ୍ରିତି ପ୍ରତିଭା ଭୋଳ ଓ ମୁଖ୍ୟବକ୍ତା ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦାନ କରିଥିଲେ। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧନ କରି ମୋର୍ଚ୍ଚାର ସାଂଗଠନିକ ସ୍ଥିତି, ଆଗାମୀ ଯୋଜନା ସମ୍ବନ୍ଧରେ ସବିଶେଷ ତଥ୍ୟ ଓ ଅଗ୍ରଗତି ସଂପର୍କରେ ନିର୍ଦେଶ ଦେଇଥିଲେ। ସଂସଦର ଉଭୟ ଗୃହରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ବିଲ୍ ପାରିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଆଜିର କାର୍ଯ୍ୟକାରିଣୀରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଥିଲା, ଧନ୍ୟବାଦ ପ୍ରସ୍ତାବ ଜିଲ୍ଲା ମହିଳାମୋର୍ଚା ସାଧାରଣ ସମ୍ପାଦିକା ମାଳତୀ ନାୟକ ଆଗତ କରିଥିଲେ। ରାଜନୈତିକ ଚିଠା ପ୍ରସ୍ତାବରେ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଯୋଜନା ପ୍ରସ୍ତୁତ କରାଯାଇଥିଲା, ରାଜନୈତିକ ଚିଠା ପ୍ରସ୍ତାବକୁ ଜିଲ୍ଲାର ଅନ୍ୟତମ ସାଧାରଣ ସମ୍ପାଦିକା ସୁମତୀ ଦେ କରିଥିଲେ। ମୁଖ୍ୟବକ୍ତା ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଓ ମୁଖ୍ୟଅତିଥି ଶ୍ରୀମତୀ ବିଶ୍ବାଳ ତାଙ୍କ ସମ୍ବୋଧନରେ ମୋର୍ଚ୍ଚାର କାର୍ଯ୍ୟ ଶୈଳୀ , ସାଂଗଠନିକ ସଂରଚନା, ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଯୋଜନା ପ୍ରସ୍ତୁତ, କେନ୍ଦ୍ର ସରକାରଙ୍କ ମହିଳାଙ୍କ ପାଇଁ ଅସୁମାରୀ ଯୋଜନାର ଉପାଦେୟତା ଘରକୁ ଘର ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ବର୍ତ୍ତମାନ ଦେଶବାସୀଙ୍କ ମଧ୍ୟରେ ଏକ ଆଶାର ସଞ୍ଚାର କରିଛି, ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ବିଷୟରେ ମହିଳାଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ପାଇଁ ସଭାନେତ୍ରୀ ଶ୍ରୀମତୀ ବିଶ୍ବାଳ କହିଥିଲେ। କାର୍ଯ୍ୟକ୍ରମରେ ମହିଳାମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ମନୀଷା ଚିନ୍ମୟୀ ବେହେରା ଜିଲ୍ଲା ମହିଳାମୋର୍ଚାର ବୃତପାଠ ନେଇଥିଲେ। ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଶୁଭଙ୍କର ମହାପାତ୍ର, ପର୍ଶୁରାମ ବେହେରା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ଉପସଭାପତି ପ୍ରବୀର ପ୍ରଧାନ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ଜିଲ୍ଲା ସଭାନେତ୍ରୀ ମମତା ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସମ୍ପାଦିକା ପିଙ୍କି ପ୍ରଧାନ, ସସ୍ମିତା ଚାନ୍ଦ, ରେଣୁ ବିଶ୍ବାଳ, କୃଷକମୋର୍ଚ୍ଚା ଜିଲ୍ଲା ସଭାପତି ଅନୀଲ କୁମାର ସାହୁ, ଏସସି ମୋର୍ଚ୍ଚା ଜିଲ୍ଲା ସଭାପତି ମୃତ୍ୟୁଞ୍ଜୟ ଜେନା, ଭୋଗରାଇ ବିଧାୟକ ପାର୍ଥୀ ଅଂଶୁମାନ ମହାନ୍ତି, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅରବିନ୍ଦ ବେହେରା, ମହିଳାମୋର୍ଚ୍ଚା ଜିଲ୍ଲା ଉପସଭାପତି ସଞ୍ଜୁକ୍ତା ମହାପାତ୍ର, ଅପିସ୍ପା ନାୟକ, ଅନିମା ପାଣିଗ୍ରାହୀ ଓ ପ୍ରଶାନ୍ତୀ ପଣ୍ଡା, ମହିଳାମୋର୍ଚ୍ଚା ଜିଲ୍ଲା ସମ୍ପାଦିକା ପୂଜା ତରେଇ, ମଧୁଶ୍ରୀ ପଣ୍ଡା, ହେମାଙ୍ଗୀ ରାଉତ, କଲ୍ଯାଣୀ ମହାନ୍ତି ଓ ଜୁବଲୀ ମହାନ୍ତି, କୋଷାଧ୍ୟକ୍ଷ ଦମୟନ୍ତୀ ବାଗଙ୍କ ସତେତ ମୋର୍ଚ୍ଚାର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟା ଉପସ୍ଥିତ ଥିଲେ। ଶେଷରେ ମୋର୍ଚ୍ଚାର ମିଡ଼ିଆ ସଂଯୋଜକ ସୁଇଟି ବାରିକ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


