ଅଖିଳ ଭାରତ ଯୁବ ସଂଘ ଛତ୍ରପୁର ଆଂଚଳିକ ସମ୍ମିଳନୀ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଅଖିଳ ଭାରତ ଯୁବ ସଂଘର ଛତ୍ରପୁର ଆଂଚଳିକ ସମ୍ମିଳନୀ ପୂର୍ଣ୍ଣଚନ୍ଦ୍ର ଗୌଡ଼, ମହେଶ୍ୱର ସାହୁ ଓ ଦୁର୍ଯ୍ୟାଧନ ପରିଡ଼ାଙ୍କ ସଭାପତିତ୍ୱ ମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଖିଳ ଭାରତ ଯୁବସଂଘର ପୂର୍ବତନ ରାଜ୍ୟ ସଭାପତି ପ୍ରଶାନ୍ତ ମିଶ୍ର, ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସେଠୀ, ଜିଲ୍ଲା ସଭାପତି ସୁଶାନ୍ତ କୁମାର ସ୍ୱାଇଁ, ଜିଲ୍ଲା ଉପସଭାପତି ମନୋଜ କୁମାର ଗୌଡ଼, ଅଖିଳ ଭାରତ ଛାତ୍ର ସଂଘର ଜିଲ୍ଲା ସଭାପତି କାମଦେବ ନାହାକ, ସିପିଆଇ ପାର୍ଟିିର ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଆଂଳଚିକ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡି, ବରିଷ୍ଠ ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡା, ସିପିଆଇ ଶାଖା ସମ୍ପାଦକ ପ୍ରଫୁଲ ପାଣିଗ୍ରାହୀ, ଯୁବ ଆଇନଜୀବୀ ଆଦିନାରାୟଣ ରେଡ୍ଡି, ଶ୍ରମିକ ନେତା ଦୁର୍ଯ୍ୟୋଧନ ନାହାକ, ଅଖିଳ ଭାରତ ଯୁବ ସଂଘ ଛତ୍ରପୁର ଆଂଚଳିକ ସମ୍ପାଦକ କୃଷ୍ଣଚନ୍ଦ୍ର ରାଉଳ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏନ୍‌.ଗିରିଜା ପ୍ରସାଦ ରେଡ୍ଡୀଙ୍କ ସମେତ ବହୁ ଯୁବକ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ନୀତି ବିରୋଧରେ ଗର୍ଜିଥିଲେ । ସମସ୍ତଙ୍କୁ ବିଜ୍ଞାନ ସମ୍ମତ ମାଗଣା ଶିକ୍ଷା, ଶିକ୍ଷା ଶେଷରେ ଯୁବକଙ୍କୁ ନିଯୁକ୍ତି, ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଦାବି କରିଥିଲେ । ଏହାସହ ଯୁବକମାନଙ୍କ ନିମନ୍ତେ ବିଭିନ୍ନ ଦାବି ଉପରେ ଆଲୋକପାତ କରିଥିଲେ । ଅଖିଳ ଭାରତ ଯୁବ ସଂଘର ଓଡ଼ିଶା ରାଜ୍ୟ ସମ୍ମିଳନୀ ବ୍ରହ୍ମପୁରଠାରେ ୨୯ ଫେବୃୟାରୀଠାରୁ ୨ ମାର୍ଚ୍ଚ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ୩୦ ଜିଲ୍ଲାରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ପ୍ରତିନିଧିମାନେ ଯୋଗ ଦେଇ ନିଜର ହକ୍ ନିମନ୍ତେ ଲଢ଼େଇ କରିବେ ବୋଲି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସେଠୀ ସୂଚନା ଦେଇଛନ୍ତି । ପ୍ରାରମ୍ଭରେ ଅଖିଳ ଭାରତର ଯୁବ ସଂଘର ଜିଲ୍ଲା ଉପସଭାପତି ମନୋଜ କୁମାର ଗୌଡ଼ ଦଳୀୟ ପତାକା ଉତୋଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ