ଅଖିଳ ଭାରତ ହିନ୍ଦୁ ମହାସଭାର ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଅଖିଳ ଭାରତ ହିନ୍ଦୁ ମହାସଭା ଓଡ଼ିଶା ଶାଖା ପକ୍ଷରୁ ଭୁବନେଶ୍ୱରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡଃ ଷ୍ଟାଲିନ ମିଶ୍ର, ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଗୀତା ଚୟିନୀ, ପ୍ରଦେଶ କାର୍ଯ୍ୟକାରୀ ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ । ହିିନ୍ଦୁ ମହାସଭାର ଅନେକ ରାଜ୍ୟ କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ । ସବରକର, ମଦନ ମୋହନ ମାଲବ୍ୟ, ଲାଲା ଲାଜପତ ରାୟ ତଥା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପରି ମହାମନିଷୀମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଦଳ ମହାସଭାକୁ ଓଡ଼ିଶାର ପୁରପଲ୍ଲୀରୁ ଦିଲ୍ଲୀ ଯାଏ ଘରେ ଘରେ ପରିଚିତ କରାରଇବା ପାଇଁ ତଥା ଆଗାମୀ ଦିନରେ ସଂଗଠନକୁ ମଜଭୁତ କରିବା ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡଃ ମିଶ୍ର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ ।
ଓଡ଼ିଶାରେ କରୋନା ସଂକ୍ରମଣ ପରିଚାଳନାର ସୁବ୍ୟବସ୍ଥା ପାଇଁ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡଃ ଷ୍ଟାଲିନ ମିଶ୍ର ସରକାର ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ନବୀନ ସରକାରଙ୍କ ବିଭିନ୍ନ ଜନହିତକର ପଦକ୍ଷେପରେ ମହାସଭା ସରକାରଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଏକ ରାଜନୈତିକ ପାର୍ଟି ହିସାବରେ ମହାସଭା କାହାର ବିରେଧୀ ବା କାହାର ସପକ୍ଷରେ ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ଯେ, ଓଡ଼ିଶାର ହିତ, ଓଡ଼ିଶାର ବିକାଶର ବିରୋଧୀଙ୍କ ଆମେ ବିରୋଧୀ । ରାଜ୍ୟ କାର୍ଯ୍ୟକାରୀ ସଭାପତି ଡଃ ଚିତ୍ତରଞ୍ଜନ ମହାନ୍ତି ଆଗାମୀ ଦିନରେ ସଂଗଠନକୁ ରାଜ୍ୟବ୍ୟାପୀ ବ୍ୟାପକ କରିବାକୁ ପ୍ରାଥମିକତା ଦେବାକୁ କହିଛନ୍ତି । ବିଜେଡ଼ି କିମ୍ବା ବିଜେପି ସହ ମହାମେଣ୍ଟ କରିବ କି ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରଦେଶ ଅଧ୍ୟକ୍ଷା ଗୀତା ଚୟିନୀ କହିଛନ୍ତି ଯେ, ନିର୍ବାଚନ ବହୁ ସମୟ ଅଛି । ଏବେଠୁ ଏହି ପ୍ରଶ୍ନର ଉତ୍ତର ଦେବା ଅପ୍ରାସଙ୍ଗିକ । ସାଢେ ଚାରିକୋଟ ଓଡ଼ିଆଙ୍କ ହିତକୁ ପ୍ରାଥମିକତା ଦେଇ ଉଚିତ ସମୟରେ ମହାସଭା ଏହାର ନିର୍ଣ୍ଣୟ ନେବ । କାର୍ଯ୍ୟକ୍ରମରେ ରାଜ୍ୟ ସଚିବ ବିଜୟ ଆଚାର୍ଯ୍ୟ, ରାଜ୍ୟ ଉପାଧ୍ୟକ୍ଷ ଆନନ୍ଦ ଶତପଥୀ, ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ସୌଦାମିନୀ ଚୌଧୁରୀ, ବିଶ୍ୱଜିତ ଦାଶ, ପ୍ରବୋଧ ପ୍ରଧାନ, ଭକ୍ତଚରଣ ଦାସ ଓ ସୌମ୍ୟରଞ୍ଜନ ପଣ୍ଡାଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତ କରାଯାଇଥିଲା । ରାଜ୍ୟ ସଂଯୋଜକ ତଥା ଓଡ଼ିଶା କ୍ଷତ୍ରିୟ କାର୍ଯ୍ୟାଳୟ ସମ୍ପାଦକ ପୂର୍ଣ୍ଣାନନ୍ଦ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା ତଥା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ