ଚାଷୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରୁଥିବା କୃଷକ ସାଥୀଙ୍କୁ ବହିଷ୍କାର ଦାବି

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ଚାଷୀ ମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିବା ସହ ବ୍ଲକରେ ବିଶୃଂଖଳା କରୁଥିବା ୪ ଜଣ କୃଷକ ସାଥୀଙ୍କୁ ପଦବୀରୁ ବହିଷ୍କାର କରିବା ନେଇ ସୋମବାର ବହୁ ଚାଷୀ ବ୍ଲକରେ ଅନୁଷ୍ଠିତ ଜନ ଶୁଣାଣୀ ଶିବିରରେ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିବା ଜଣାଯାଇଛି । ପ୍ରକାଶ ଯେ, ବନ୍ତ ବ୍ଲକରେ କୌଣସି ଚାଷୀ ମୁଗ କିମ୍ବା ବିରି ଚାଷ କରୁନଥିବା ଏବଂ ବିହନକୁ ଅପବ୍ୟବହାର କରୁଥିବା ନେଇ ଆଡିଆ, ଗୋବିନ୍ଦପୁର, ତୋଡଗାଁ ଓ ବିଟିପୁର ପଞ୍ଚାୟତର କୃଷକ ସାଥୀ ମାନେ ଗତ କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ କୃଷି ବିଭାଗର ବିଭିନ୍ନ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ । ଯାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ଚାଷୀ ମାନେ ଜିଲାପାଳଙ୍କୁ ପ୍ରଦାନ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ସମ୍ପୃକ୍ତ ୪ ଜଣ କୃଷକ ସାଥୀ ନିଜ ପଞ୍ଚାୟତ ଗ୍ରାମ ସଭାରେ ଯୋଗ ଦେଉନଥିବା, ଚାଷୀ ମାନଙ୍କୁ ଚାଷ ସମ୍ବନ୍ଧୀୟ କୌଣସି ସୂଚନା ପ୍ରଦାନ କରୁ ନଥିବା ଏବଂ ନିଜେ କୌଣସି କ୍ଷେତ୍ର ପରିଦର୍ଶନ କରୁ ନାହାନ୍ତି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ସେହିପରି ସମ୍ପୃକ୍ତ ୪ ଜଣ କୃଷକ ସାଥୀ ବ୍ଲକ କୃଷି ଅଧିକାରୀ ଏବଂ ଚାଷୀଙ୍କ ନାମରେ ଅଯଥାରେ ମିଥ୍ୟା ଅଭିଯୋଗ କରି ଆସୁଛନ୍ତି ବୋଲି ଚାଷୀ ମାନେ ଅଭିଯୋଗରେ ଦର୍ଶାଇଛନ୍ତି । ଏସମ୍ପର୍କରେ ବିଧିବଦ୍ଧ ତଦନ୍ତ କରି ସମ୍ପୃକ୍ତ ୪ ଜଣ କୃଷକ ସାଥୀଙ୍କୁ ପଦବୀରୁ ବହିଷ୍କାର କରିବା ନେଇ ନିଶିକାନ୍ତ ରାଉତ, ଅଭିମନ୍ୟୁ ଆଇଚ, ରମେଶ ଜେନା, ସୁରେନ୍ଦ୍ର ପାତ୍ର, ଅଜୟ ସାମଲ, ବଳରାମ ବାରିକ, ପ୍ରଭାକର ବେହେରା, ଅଜୟ ମଲ୍ଲିକ, ଶଶିକାନ୍ତ ସାହୁ, ସନ୍ତୋଷ ଦାସ, ଅଜୟ ଘଡାଇ, ରଶ୍ମି ରଞ୍ଜନ ଶଂଖୁଆଙ୍କ ସମେତ ବହୁ ଚାଷୀ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ