ଅଖି ମୁଠି ଅନୁକୂଳ କଲେ ବିଜେପି ଜିଲ୍ଲା ସଭାପତି
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ବାଲେଶ୍ୱର ବିଜେପି ପକ୍ଷରୁ ସଦର ବ୍ଲକ ଅନ୍ତର୍ଗତ ସିନ୍ଧିଆ ପଞ୍ଚାୟତ ଠାରେ ବଶୁନ୍ଧରା ପୂଜା ସହ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ହୋଇଥିଲା । ସିନ୍ଧିଆ ପଞ୍ଚାୟତର ସଭାପତି ଉତ୍ତମ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ତଥା ସଦର ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ପୂଜାର୍ଚ୍ଚନା କଲେ ଏବଂ କ୍ଷେତରେ ହଳ କରି ବିହନ ବୁଣିଥିଲେ । ଶ୍ରୀ ଦତ୍ତଙ୍କ ସହିତ ସଦର ବ୍ଲକ ବିଜେପିର ନେତା ତଥା ବୁଆଁଳ ସମିତି ସଭ୍ୟ ରବିନାରାୟଣ ମହାପାତ୍ର ଏବଂ ଜିଲ୍ଲା ପ୍ରବକ୍ତା ତଥା ବୁଢାବଳଙ୍ଗ ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶତାଧିକ କୃଷକଙ୍କୁ ଜିଲ୍ଲା ସଭାପତି ଶ୍ରୀ ଦତ୍ତ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପିନାଥପୁରର ପୂର୍ବତ୍ତନ ସରପଞ୍ଚ ବୃନ୍ଦାବନ ରାଉତ, ସିନ୍ଧିଆ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅନନ୍ତ ମହାପାତ୍ର, ଜୟନ୍ତ କୁମାର ପତି, ଭିମକାନ୍ତ ତରେଇ, ଚନ୍ଦ୍ରକାନ୍ତ ଜେନା, ବନମାଳୀ ଜେନା, ଅନନ୍ତ ମହାଳିକ, ଗଙ୍ଗାଧର ମାଝୀ, ଗୋବିନ୍ଦ ଚନ୍ଦ୍ର ପରିଡା, ପୂର୍ଣ୍ଣଚନ୍ଦ୍ର ବେହେରା, ଚର୍ତ୍ତୁଭୂଜ ପରିଡା, ବାସନ୍ତି ଦାସ, ହେମଲତା ଦାସ, ତୁଳସୀ ଦାସ, ଅଚ୍ୟୁତାନନ୍ଦ ପତି, ବିଷ୍ଣୁ ଦାସ, ଜଗନ୍ନାଥ ଦାସ, ବସନ୍ତ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ ଆଦି ବହୁ କାର୍ଯକର୍ତ୍ତା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।


