ଶ୍ରୀ ଶ୍ରୀ ହନୁମାନ ଜୀୟୁଙ୍କ ବାର୍ଷିକ ଉତ୍ସବ
ନାଉଗାଁ, (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଳଧାରୀ ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ଜୀୟୁଙ୍କ ପ୍ରତିଷ୍ଠା ର ୧୦ବର୍ଷ ପୂର୍ତ୍ତି ଅବସରରେ ଉକ୍ତ ଗ୍ରାମର ବଜରଙ୍ଗୀ ବାହିନୀ ତରଫରୁ ଏକ ବାଇକ, ଟ୍ରାକଟର ଶୋଭାଯାତ୍ରା ଆୟୋଜନ କରାଯାଇଥିଲା | ଏହି ଶୋଭାଯାତ୍ରା ବଜରଙ୍ଗୀ ପୀଠ ଠାରୁ ଆରମ୍ଭ ହୋଇ ଏରଡ଼ା , ବାଲିସାହି,ସୁନ୍ଦର୍ଦା, ଜୁଆଙ୍ଗ, ତିହୁଡି ପର୍ଯ୍ୟନ୍ତ ରାମ ଧୋନି ନାରା ଦେଇ ଯାଇଥିଲା | ଏଥିରେ ଦୀପ୍ତି ରଞ୍ଜନ ମଲ୍ଲିକ , ଗଙ୍ଗାଧର ନାୟକ , ସୁନୀଲ ମଲ୍ଲିକ , ମିହିର ରଞ୍ଜନ ନାୟକ , ସତ୍ୟବ୍ରତ ନାୟକ , ଅନିଲ ମଲ୍ଲିକ ଏବଂ ବ୍ରଦର୍ସ କ୍ଳବର ସଦସ୍ୟ ମାନେ ଏଥିରେ ସହଯୋଗ କରିଥିଲେ |


