ଅଗଷ୍ଟ ୨୮ରେ ଅଫ୍ଲାଇନ ମାଟ୍ରିକ ରେଜଲ୍ଟ
ଭୁବନେଶ୍ଶ୍ୱର, (ୱାଇଏନ୍ଏସ୍): ବର୍ତ୍ତମାନ ଜୋର୍ସୋରରେ ଚାଲିଛି ମାଟ୍ରିକ୍ ଅଫ୍ଲାଇନ ଖାତା ଦେଖା । ଅଫଲାଇନ୍ ମାଟ୍ରିକ୍ ଫଳାଫଳ ଅଗଷ୍ଟ ୨୮ ତାରିଖରେ ପ୍ରକାଶ ପାଇବ । ଏଥି ମଧ୍ୟରେ ଉଭୟ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ଉତ୍ତରଫର୍ଦ୍ଦର ମୂଲ୍ୟାୟନ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏବେ ମାର୍କ ପ୍ରକ୍ରିୟାକରଣ ଚାଲିଛି । ମାଟ୍ରିକ ପରୀକ୍ଷାର୍ଥୀଙ୍କ ଗ୍ରେଡ୍ ସ୍ଥିର ହୋଇଥିବା ବେଳେ ଏ୧ ଓ ଏ୨ ଗ୍ରେଡ୍ ପାଇଥିବା ପିଲାଙ୍କ ମାର୍କକୁ ପୁଣି ଥରେ ଯାଞ୍ଚ କରାଯାଉଛି । ଆସନ୍ତା ୨୨ ତାରିଖ ମଧ୍ୟରେ ଏ୧ ପାଇଥିବା ପିଲାଙ୍କ ତାଲିକା ଚୂଡାନ୍ତ ହୋଇଯିବ । ସେହିପରି ଆସନ୍ତା ୨୮ ତାରିଖ ମଧ୍ୟରେ ଫଳ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି । ଅଫଲାଇନ ମାଟ୍ରିକ ପରୀକ୍ଷାରେ ଏଚଏସସି, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ଓ ମଧ୍ୟମାରେ ୧୫ ହଜାର ୧୫୧ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ।


