ଜଟିଳ ଆର୍ଥିକ ସମସ୍ୟା ଦେଇ ଗତି କରୁଛି ଭୋଡାଫୋନ ଓ ଆଇଡିଆ, ଦେଇପାରୁନାହିିଁ ଲାଇସେନ୍ସ ଫି
ମୁମ୍ବାଇ: ଜଟିଳ ଆର୍ଥିକ ସମସ୍ୟା ଦେଇ ଗତି କରୁଛି ଭୋଡାଫୋନ ଓ ଆଇଡିଆ, ରୁଣରେ ବୁଡି ରହିଥିିବା ଭୋଡାଫୋନ ଆଇଡିଆ ପାଇଁ ଏବେ ଅଧିକ ସମସ୍ୟା ସୃଷ୍ଟି ହେବାକୁ ଯାଉଛି। ଅନ୍ୟ କମ୍ପାନୀ ସହ ତୀବ୍ର ପ୍ରତିଦ୍ୱନ୍ଦୀତା ଯୋଗୁଁ କମ୍ପାନୀ ପ୍ରଭାବିତ ହୋଇଥିବା ବେଳେ ଲାଇସେନ୍ସ ଫି ପୈଠ କରିପାରୁନାହିଁ। କମ୍ପାନୀର ଏବେ ରୁଣ ପରିମାଣ ୧.୯ ଟ୍ରିଲିୟନ ଟଙ୍କା ରହିଛି। ଲାଇସେନ୍ସ ଫି ପ୍ରଦାଦରେ ବିଳମ୍ବ ଯୋଗୁଁ ଟେଲି ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ଭୋଡାଫୋନ ଆଇଡିଆକୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ନିମନ୍ତେ ପ୍ରସ୍ତìତି ଚାଲିଛି। କମ୍ପାନୀ ତାର ୮ ପ୍ରତିଶତ ଗ୍ରୋସ ରାଜସ୍ୱ ଲାଇସେନ୍ସ ଫି ଭାବେ ପ୍ରଦାନ କରିଛି। ଏଥିରେ ୟୁନିଭରସାଲ ସର୍ଭିସ ଓବିଲିଗେସନ ଶୁଳ୍କମଧ୍ୟ ସାମିଲ ରହିଛି। ଦେଶର ୨୨ଟି ଟେଲକମ ସର୍କଲରେ ପ୍ରତିତିନିମାସରେ ଏହି ଶୁଳ୍କ ଆଦାୟ କରାଯାଇଥାଏ। ଲାଇସେନ୍ସ ଫି ପ୍ରଦାନରେ ଦିନଟିଏ ବିଳମ୍ବ ହେଲେ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥାଏ। ଭୋଡାଫୋନ ଆଇଡିଆ ୨୦୨୧-୨୨ର ପ୍ରଥମ ତିନିମାସ ପାଇଁ ଲାଇସେନ୍ସ ଫି ପ୍ରଦାନ କରାଯାଇଥିବା କମ୍ପାନୀର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। କିନ୍ତୁ ଦ୍ୱିତୀୟ ତୈୟମାସରେ ଫି କମ୍ପାନୀ ପ୍ରଦାନ କରିନଥିବା କାରଣରୁ ଟେଲକମ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ନିମନ୍ତେ ପ୍ରସ୍ତìତି ଚାଲିଛି। ଦିନେ ଦୁଇ ଦିନ ମଧ୍ୟରେର ଏହି ନୋଟିସ ଜାରି କରାଯିବ ସମ୍ଭାବନା ରହିଛି।


