ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ପଞ୍ଚାୟତ ଦେବଗଡ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳି ଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ରବିବାର ରାତ୍ରି ପ୍ରାୟ ୧୨ଟା ବେଳେ ଉକ୍ତ ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ବିନୁ ଜେନାଙ୍କର ୧ ବଖରା, ସୁରେନ୍ଦ୍ର ଜେନାଙ୍କର ୧ ବଖରା ଏବଂ ଗୌରାଙ୍ଗ ଜେନାଙ୍କର ୧ ବଖରା ଘର ଜଳି ଯିବା ସହ ଘର ଭିତରେ ଥିବା ଚାଉଳ, ଲୁଗାପଟା, ନଗଦ ଟଙ୍କା, ଆବଶ୍ୟକ କାଗଜପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଆଗରପଡାରୁ ଦମକଳ ବାହିନୀ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ସରପଞ୍ଚ କୃପାସିନ୍ଧୁ ସେଠୀ, ୱାର୍ଡ ସଭ୍ୟ ମଦନ ଜେନା ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ତହସିଲ ପକ୍ଷରୁ ତଦନ୍ତ କରାଯାଇ ପ୍ରାଥମିକ ପର୍ଯ୍ୟାୟରେ ପଲିଥିନ ଯୋଗାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ