ଅଗ୍ନିକାଣ୍ଡରେ ଜଳି ଗଲା ତେଜରାଟି ଦୋକାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପାହାଡ଼ ପର୍ବତ ଘେରା ଉପାନ୍ତ ଦୁର୍ଗମ ଅଞ୍ଚଳରେ ଥିବା କିରାମା ଗ୍ରାମରେ। ସୂଚନା ଅନୁଯାୟୀ କିରାମା ଗାଁର ଶଶିକାନ୍ତ ଲାବ୍ଲାଙ୍କର ଏକ ତେଜେରାତି ଦୋକାନରେ ବିଦ୍ୟୁତ୍ ତାର ସଟ ସର୍କିଟ ହୋଇ ଏବଂ ଦୋକାନ ଭିତରେ ଥିବା ପେଟ୍ରୋଲ ଢ଼ାଳି ହୋଇ ଆଜି ଅଗ୍ନିକାଣ୍ଡ ଘଟି ନିଆଁ ବ୍ୟାପି ଯାଇଥିଲା । ଫଳରେ ଦୋକାନ ଘର ସମେତ ତିନି ବଖରା ଘର ପୋଡ଼ି ସଂପୂର୍ଣ୍ଣ ନଷ୍ଟ ହେବା ସହିତ ସମସ୍ତ ଦୋକାନ ସାମଗ୍ରୀ ସମେତ ଘରର ଟିଭି ,ଫ୍ରିଜ୍ ଓ ଆସବାବ ପତ୍ର ସହ ଲକ୍ଷାଧିକ ଟଙ୍କା କିରାଣୀ ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇ ଯାଇଛି। ଏଥିରେ କାହାରି ଜୀବନ ହାନି ଘଟିଥିବା ସୂଚନା ମିଳିଛି। ଖବର ପାଇଁ ଆର.ଉଦୟଗିରି ଅଗ୍ନିଶ୍ରମ ବାହିନୀ ଗାଁରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।