ଅଗ୍ନିକାଣ୍ଡରେ ୨ ବଖରା ପୋଡି ପାଉଁଶ
କେନ୍ଦ୍ରାପଡା – ଆକସ୍ମିକ ଅଗ୍ନିକାଣ୍ଡରେ ୨ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିିଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମ ପଞ୍ଚାୟତର ଦେପୁର ଗ୍ରାମରେ ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଉମେଶ ମଲ୍ଲିକଙ୍କ ରୋଷେଇ ଚୁଲାରୁ ନିଆଁ ଉଠି ଚାଳଘରେ ଲାଗିଯାଇଥିଲା । ଖବର ପାଇ କେନ୍ଦ୍ରାପଡା ଅଗ୍ନିଶମ ବାହିନିର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ତାଙ୍କର ପ୍ରାୟ ୫୦ ହଜାରରୁ ଉଦ୍ଧ୍ୱର୍ ଟଙ୍କାର ସଂପତ୍ତି ପୋଡି ନଷ୍ଟ ହୋଇଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି ।