ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ କନଷ୍ଟେବଳ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ପୋଲିସ କନଷ୍ଟେବଳଙ୍କୁ ଗିରଫ କରିଛି ପୋଲିସ। ପୋଲିସ କନଷ୍ଟେବଳ ଜଣକ ହେଉଛନ୍ତି ତନ୍ତିଆପାଳ ଥାନାରେ କାର୍ଯ୍ୟରତ ସ୍ମୁତିରଞ୍ଜନ ଖୁଣ୍ଟିଆ ଓରଫ ଲିଟୁ। ଯୁବତୀ ଜଣକ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ଟାଉନ୍ ଥାନା ଅଞ୍ଚଳରେ ରହୁଛନ୍ତି। କନଷ୍ଟେବଳଙ୍କ ସହ ସୋସିଆଲ ମିଡିଆରୁ ତାଙ୍କର ସଂପର୍କ ସୃଷ୍ଟି ହୋଇଥିଲା। ଏହାପରେ ଏହି ସଂପର୍କ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। କନଷ୍ଟେବଳ ଅବିବାହିତ ଥିବା ଯୁବତୀଙ୍କୁ କହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ଯୁବତୀ ଜଣକ ତାଙ୍କୁ ବିବାହ କରିବା ପାଇଁ କହିବାରୁ ସେ ଦିନ ପରେ ଦିନ ଗଡାଇ ଚାଲିଥିଲେ। ପରେ ଯୁବତୀ ଜଣକ ଜାଣିବାକୁ ପାଇଥିଲେ କନଷ୍ଟେବଳ ଜଣକ ବିବାହିତ। ତେଣୁ ସେ ତାଙ୍କ ଠାରୁ ଦୂରେଇ ଯାଇଥିଲେ। ହେଲେ ଗତ କିଛି ଦିନ ତଳେ ଯୁବତୀ ଜଣକ ଟାଉନ୍ ଥାନା ଅଧିନରେ ତାଙ୍କ ଘରେ ଥିବା ବେଳେ କନଷ୍ଟେବଳ ଜଣକ ତାଙ୍କର ଜଣେ ସାଙ୍ଗ ସହ ଯୁବତୀଙ୍କ ଘରକୁ ଆସି ବଳାତ୍କାର କରିଥିଲେ। ଏ ନେଇ ଯୁବତୀ ଜଣକ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ସେହି ଅଭିଯୋଗକୁ ଭିତ୍ତିକରି ଟାଉନଥାନା ପୋଲିସ ଥାନା କେଶ ନମ୍ବର-୨୨/୨୦୨୬ରେ ବିଏନଏସର ଧାରା ୬୯,୩୫୧(୩), ୧୧୫(୨), ୩୦୩(୨), ୩୨୪(୪),୨୯୬,୨୬(୨) ଓ ୩(୫) ଧାରାରେ ଏକ ବଳାତ୍କାର ମାମଲା ରୁଜୁ କରି କନଷ୍ଟେବଳଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ କନଷ୍ଟେବଳଙ୍କୁ ହାଜତକୁ ପଠାଇ ଦିଆଯାଇଛି। ଏ ସଂକ୍ରାନ୍ତରେ ଟାଉନ୍ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ଯୁବତୀଙ୍କ ଅଭିଯୋଗର ସତ୍ୟତା ଥିବାରୁ କନଷ୍ଟେବଳଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ