ଅଗ୍ନିକାଣ୍ଡ ଘଟି ବ୍ୟବସାୟ ପ୍ରତିଷ୍ଠାନ ନଷ୍ଟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ମାଳଦା ଠାରେ ଆଜି ଭୋର ସମୟରେ ଅଗ୍ନିକାଣ୍ଡ ଘଟି ଗୋଟିଏ ବ୍ୟବସାୟ ପ୍ରତିଷ୍ଠାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ମାଳଦା ସ୍କୁଲ ପ୍ରାଙ୍ଗଣରେ ଦୀର୍ଘ ଦିନ ହେବ ଜନୈକ ବ୍ୟକ୍ତି ଚାହା ଓ ପାନ ବ୍ୟବସାୟ କରି ଆସୁଥିଲେ। ଏହାସହିତ ସେଠାରେ ବିଭିନ୍ନ ଷ୍ଟେସନାରୀ ଜିନିଷ ମଧ୍ୟ ବିକ୍ରୟ କରୁଥିଲେ। ଆଜି ଭୋରୁ ହଠାତ ଦୋକାନରେ ନିଆଁ ଲାଗିଯାଇଥିବା ବେଳେ କେହି କିଛି ବୁଝିବା ଆଗରୁ ସାରା ଦୋକାନ ଗୃହକୁ ଏହା ବ୍ୟାପୀ ଯାଇଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ଦୋକାନ ମାଲିକ ପେଟ୍ରୋଲ ଢାଳୁଥିବା ବେଳେ ଏଭଳି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।