ସୁଷମ ଖାଦ୍ୟ ବଣ୍ଟନ କରୁଛି ମନ୍ତ୍ର ବାସୁଳୀ ଗୋଷ୍ଠୀ

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକର ଆଳମଙ୍ଗା ଠାରେ ଥିବା ମା’ମନ୍ତ୍ରବାସୁଳି ସ୍ୱୟଂ ସହାୟକ ଗୋଷ୍ଠୀ ସୁଷମ ଖାଦ୍ୟ ବଣ୍ଟନ କରି ଆସୁଛି । ରାଜ୍ୟ ସରକାର ଶିଶୁ ,କିଶୋରୀ,ଗର୍ଭବତୀ ଓ ପ୍ରସୂତି ମା’ ମାନଙ୍କ ପାଇଁ ଛତୁଆ, ସୁଜି, ମୁଢି,ବେସନ, ବାଦାମ ଲଡୁ, ସୋଲା, ଖଜୁରୀ ଆଦିରେ ଖାଦ୍ୟ ପ୍ରସ୍ତୁତ କରି ବଟଂନ କରି ଆସୁଛନ୍ତି । ଦୀର୍ଘବର୍ଷ ଧରି ଏହି ବ୍ଲକରେ ମା’ମନ୍ତ୍ର ବାସୁଳୀ ସ୍ୱୟଂ ସହାୟକ ଗୋଷ୍ଠୀ ସାମଗ୍ରୀମାନ ଯୋଗାଇ ଆସୁଛନ୍ତି । ଖାଦ୍ୟର ମାନ ଓ ଓଜନକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ମାନ ଶୁଣାଯାଉଥିଲେ ମଧ୍ୟ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ନିଜର ଗୁଣବତା ବଜାୟ ରଖିଛି । ୭ରୁ ୩ ବର୍ଷ ଶିଶୁ ଓ ଗର୍ଭବତୀ/ପ୍ରସୁତୀ ମହିଳାଙ୍କ ପାଇଁ ଛତୁଆ ଏଥିରେ ଗହମ, ବୁଟ, ଚିନା ବାଦାମ, ଚିନି ମିଶ୍ରିତ କରାଯାଇ ପୃଷ୍ଟିକର କରାଯାଉଛି । କିଶୋରୀ ,ଗର୍ଭବତୀ ଓ ପ୍ରସୁତୀଙ୍କୁ ଦିଆଯାଉଥିବା ଉକ୍ତ ଖାଦ୍ୟର ଉତମ ମାନକୁ ସର୍ବଦା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରାଧାନ୍ୟ ଦେଇ ଆସୁଛି । ଏହି ବ୍ଲକରେ ଥିବା ୨୩୮ ଗୋଟି ଅଙ୍ଗନୱାଡି କେନ୍ଦ୍ରକୁ ନିୟମିତ ସୁଷମ ଖାଦ୍ୟ ବଟଂନ କରି ଜିଲ୍ଲାରେ ଅଗ୍ରଣୀ ଗୋଷ୍ଠୀ ଭାବେ କାର୍ଯ୍ୟ କରୁଛି । ଉକ୍ତ ଗୋଷ୍ଠୀରେ ସଭାନେତ୍ରୀ ସୁଲୋଚନ ପ୍ରଧାନ, ସମ୍ପାଦିକା ସୁନିତା ବେଜ,ତୁଳସୀ ଜେନା, ସୁଷମା ମଞ୍ଜରୀ ଧଳ, ବାସନ୍ତୀ ଜେନା, ମନୋରମା ଜେନା, ତିଳୋତମା ଜେନା, ଜୟନ୍ତୀ ସେଠୀ, ଶାନ୍ତି ଜେନା, ରଞ୍ଜିତା ଲେଙ୍କା, ଅନୁସୟା ଲେଙ୍କାଙ୍କ ସମେତ ଚକୀ ପେଶା କର୍ମଚାରୀ, ରୋଷ୍ଟରରେ ଭଜା କର୍ମଚାରୀ, ଡ୍ରାଇଭର, ହେଲ୍ପର, ସୁପର ଭାଇଜର, ମ୍ୟାନେଜର ଙ୍କ ସମେତ ଖାଦ୍ୟ ବିତରଣ କର୍ମଚାରୀ ପାଖାପାଖି ୯ ଜଣ କାର୍ଯ୍ୟ କରୁଛନ୍ତି । ପ୍ରକାଶଥାଉକି ୨୦୧୧ ମସିହା ଠାରୁ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ସରକାରଙ୍କ ଠାରୁ ଅନୁମୋଦିତ ହୋଇ କାର୍ଯ୍ୟ କରି ଆସୁଛି । ଉକ୍ତ ଗୋଷ୍ଠୀର ଖାଦ୍ୟ ଯୋଗାଣରେ ମାନ ଓ ଓଜନରେ କୋଣସି ତୃଟି ପରିଲକ୍ଷିତ ହୋଇ ନାହିଁ । ଆହୁରିମଧ୍ୟ ରାଜ୍ୟ ପରୀକ୍ଷାଗାର ଠାରୁ ନିୟମିତ ଏହାର ମାନ ଯାଚଂ ପୂର୍ବକ ସନ୍ତୋଷ ଜନକ ରିପୋର୍ଟ ପ୍ରାପ୍ତ ହୋଇଅଛି । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ବଦନାମ୍ କରିବାକୁ ଅପଚେଷ୍ଟା କରୁଛନ୍ତି ଯାହାକୁ ନେଇ ମହିଳା ମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ