ଅଗ୍ନିବୀର ଭାବେ ଭାରତୀୟ ସୈନ୍ୟ ବାହିନୀରେ ନିଯୁକ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରାକ୍-ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜାଦିକା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଭାରତୀୟ ସୈନ୍ୟ ବାହିନୀରେ ଅଗ୍ନିବୀର୍ ଭାବେ ନିଯୁକ୍ତି ନିମନ୍ତେ ଗଜପତି ଜିଲ୍ଲାର ନିର୍ଦ୍ଧାରିତ ବୟସର ପଞ୍ଜିକୃତ ଶିକ୍ଷିତ ଓ ବେକାର ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମିଳିତ ସହଯୋଗରେ ଏକ ଜିଲ୍ଲାସ୍ତରୀୟ ପ୍ରାକ୍-ତାଲିମ ଶିବିର ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଯାଇଛି ।ଆସନ୍ତା ନଭେମ୍ବର ମାସର ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ସ୍ଥିତ ଏୟାର୍-ଷ୍ଟ୍ରିପ ଠାରେ ଅଗ୍ନିବୀର ନିଯୁକ୍ତି ରାଲୀ ଅନୁଷ୍ଠିତ ହେବ ।ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ଅଗ୍ନିବୀର ନିଯୁକ୍ତି ପାଇଁ ପଞ୍ଜିକୃତ ପିଲାମାନେ ଯୋଗଦେଇ ଯେଭଳି ଭଲ କରି ନିଯୁକ୍ତି ପାଇବେ , ସେଥିପାଇଁ ପୂର୍ବରୁ ନିଜକୁ ସମ୍ପୂର୍ଣ୍ଣ ଫିଟ୍ ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାସ୍ତରୀୟ ଏକ ପ୍ରାକ ନିଯୁକ୍ତି ତାଲିମ ଶିବିର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।ଏହା ୧ ମାସଧରିମାଗଣାରେ ତାଲିମ ଦିଆଯିବା ସହ ଆବାସିକ ବ୍ୟବସ୍ଥା ଯାହାକି ରହିବା ଓ ଖାଇବା ମଧ୍ୟ ସମ୍ପୂର୍ଣ୍ଣ ମାଗଣା ବ୍ୟବସ୍ଥା ରହିଛି । ଆଜି ଏଥିପାଇଁ ଅଗ୍ନିବୀର ପଞ୍ଜିକୃତ ଶତାଧିକ ପିଲା ଏହି ପ୍ରାକ ନିଯୁକ୍ତି ଶିବିରରେ ଯୋଗ ଦେବାପାଇଁ ସେମାନଙ୍କ ନାମ ପଞ୍ଜିକୃତ କରି ଆବଶ୍ୟକ ଡକ୍ୟୁମେଣ୍ଟ ଯଥା:- ଜାତି ପ୍ରମାଣପତ୍ର , ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ଏବଂ ଅଗ୍ନିବୀର ପାଇଁ ପୂର୍ବରୁ ପଞ୍ଜିକୃତ କରିଥିବା ବିବରଣୀ ପ୍ରଭୃତି ଦେଇ ଯାଞ୍ଚ କରାଇ ନେଇଥିଲେ ।ପରେ ସେମାନଙ୍କ ଅଗ୍ନିବୀର ନିଯୁକ୍ତିରେ ପ୍ରଯୁଜ୍ୟ ଥିବା ସ୍ୱାସ୍ଥ୍ୟର ଡାକ୍ତରୀ ପରୀକ୍ଷା ସହ ଶାରୀରିକ ସୁସ୍ଥ ଫିଟ୍ ପାଇଁ ଉଚ୍ଚତା , ଓଜନ ଓ ଛାତି ମାପ ଉପରେ ପରୀକ୍ଷା କରା ଯାଇଥିଲା ।ଏହିସବୁ ପରୀକ୍ଷା ଓ ଯାଞ୍ଚ ପରେ ସର୍ଟ-ଲିଷ୍ଟିଙ୍ଗ୍ କରାଯାଇ ୧୦୦ ଜଣଙ୍କୁ ୧ମାସ ଧରି ଅଗ୍ନିବୀର ନିଯୁକ୍ତି ପାଇଁ ଆବଶ୍ୟକ ପଡ଼ୁଥିବା ସମସ୍ତ ପ୍ରକାରର ଥିଓରୀ ଓ ପ୍ରାକ୍ଟିକାଲ ଉପରେ ତାଲିମ ପ୍ରଦାନ କରାଯିବ ଯାହାକି ତାଲିମାର୍ଥି ମାନେ ଅଗ୍ନିବୀର ନିଯୁକ୍ତି ରାଲିରେ ଭଲ ପ୍ରଦର୍ଶନ କରି ନିଯୁକ୍ତି ପାଇବାକୁ ଯୋଗ୍ୟ ହେବେଏହାହିଁ ଏହି କାର୍ଯ୍ୟକ୍ରମରମୂଳଲକ୍ଷ୍ୟ ବୋଲି ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଅଧିକ ସୂଚନା ଦେଇ କହିଛନ୍ତି ।ଅନ୍ୟପକ୍ଷରେ ଏହି ପ୍ରାକ ନିଯୁକ୍ତି ତାଲିମଶିବିରରେ ସାମିଲ ହେବାପାଇଁ ଆସନ୍ତା କାଲି ୩ତା ସେ ରିଖ ମଧ୍ୟ ଦିନ ୧୦ଟା ରୁ ମଧ୍ୟାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ସମୟ ରହିଛି ବୋଲି ସୂଚନା ରହିଛି ଏବଂ ଇଛୁକ ପ୍ରାର୍ଥୀ ମାନେ ଏହି ଉପରୋକ୍ତ ସମୟ ମଧ୍ୟରେଆସିଆବେଦନ ଓପଞ୍ଜିକୃତକରିବାକୁନିବେଦନକରାଯାଇଛି ଡାକ୍ତରୀ ଟିମ୍ରେ ଡ଼ାଃକୌଶଲି ପାତ୍ର , ଫାର୍ମାସିଷ୍ଟ ଶ୍ରୀ ଟି. ଅଜୟ ପାତ୍ର ଏବଂ କର୍ମଚାରୀ ଶ୍ରୀ ନରେନ୍ଦ୍ର ସ୍ବାଇଁ ପ୍ରମୁଖ ଥିବା ବେଳେ ଶାରୀରିକ ଫିଟନେସ ଦେଖିବା ଟିମ୍ ରେ ପୋଲିସ ଆରଆଇ: ଶ୍ରୀ ଡମ୍ବରୁ ଧର ହନାଗାଙ୍କ ସମେତ ପୋଲିସ ଷ୍ଟାଫ ଶ୍ରୀ କନ୍ଧର୍ପ ପାତ୍ର , ଶ୍ରୀ ଜ୍ଞାନ ରଞ୍ଜନ ଜେନା , ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶାଲ ଏବଂ ଶ୍ରୀ ଜ୍ଞାନ ରଞ୍ଜନ ପାଢ଼ୀ ପ୍ରମୁଖ କାର‌୍ୟ୍ୟ ସମ୍ପାଦନ କରିଥିଲେ ।ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଏବଂ ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ନଟବର ଗରଡଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଜିଲ୍ଲା ଦକ୍ଷତା ସଂଯୋଜକ ଶ୍ରୀ ବଦ୍ରି ନାରାୟଣ ମିଶ୍ରଙ୍କ ପରିଚାଳନା ଓ ସହଯୋଗରେ ଅନୁଷ୍ଠିତ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ