ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜେସନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ସାରା ବିଶ୍ବକୁ କରୋନା ମହାମାରୀ ସଂକ୍ରମଣ ହୁଏ ହୁ ହୁ ହୋଇ ବୃଦ୍ଧି ପାଉଛି ।ସମଗ୍ର ମାନବ ସମାଜ ଭୟଭୀତ ।୨୩୯ ଦେଶକୁ ଛୁଇଁ ସାରିଲାଣି । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳକୁ ଦିର୍ଘ ୬ ମାସରେ କରୋନା ମହାମାରୀ ୩ ଜଣଙ୍କୁ ଆକ୍ରାନ୍ତ କରିଛି । ସମଗ୍ର ମୟୂରଭଂଜ ଜିଲ୍ଲାର ସବୁ କୋଣକୁ ଛୁଇଁ ଥିବା ବେଳେ ଏବେ ସବାଶେଷରେ ଝାଡ଼ଖଣ୍ଡର ଚାଇଁଁବସା ଆଡୁ ଆସି ରାଇରଙ୍ଗପୁର ପୌରାଞ୍ଚଳରକୁ ଛୁଇଁ ଛି । ଏହାକୁ ନେଇ ଉପଖଣ୍ଡ ପ୍ରଶାସନର ନିଦ ହଜେଇ ଦେଇଛି ।ପ୍ରଶାସନର ଚିନ୍ତା ବଢେଇ ଦେଇଛି ।ପ୍ରଶାସନ ତରଫରୁ ଏହାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶନିବାର ଦିନ ପୌରାଞ୍ଚଳର ଠାକୁରାଣୀ ବେଡା ଏବଂ ଈଚିଣ୍ଡାର ବେହେରି ସାହିକୁ ଅଗ୍ନିଶମ ବିଭାଗ ଅଧିକାରୀ ଶରତ ସିଂ ଙ୍କ ନେତୃତ୍ବରେ ସାନିଟାଇଜେସନ କରା ଯାଇଥିଲା ଓ ଲୋକଙ୍କୁ ଅମାନିଆ ନ ହୋଇ ମୁହଁ ରେ ମାସ୍କ ପିନ୍ଧିବା, ଗହଳି ନ କରିବା ହାତ ମୁଁହ ଧୋଇବା ଇତ୍ୟାଦି ଉପରେ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ