କଇଠପଲ୍ଲୀ ସାହି ର କୃଷ୍ଣଚନ୍ଦ୍ର ପ୍ରଧାନ ଙ୍କ ଜଗନ୍ନାଥ ପ୍ରସାଦ ମେଡ଼ିକାଲ ରେ ମୃତ୍ୟ
ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଂଚଳରେ କୋରନା ମହାମାରୀ ର ଆତଙ୍କ ଦେଖା ଯାଉଛି।ଗତକାଲି ଭୋରରୁ ପାଟରାପଲ୍ଲୀ ର ସଂଗୀତା ନାୟକ ର କୋରନା ରେ ମେଡିକାଲ ରେ ମୃତ୍ୟୁ ହୋଇଥିବା ଡାକ୍ତର ସନ୍ଧେହ କରି କହିଥିଲେ।ପୁଣି ସନ୍ଧ୍ୟା ରେ ଜଗନ୍ନାଥପ୍ରସାଦ କଇଠପଲ୍ଲୀ ସାହି ର କୃଷ୍ଣଚନ୍ଦ୍ର ପ୍ରଧାନ ଙ୍କ ମଧ୍ୟ କୋରନା ରେ ମୃତ୍ୟ ହୋଇଥିବା ଡାକ୍ତର ଅଶୋକ କୁମାର ସାବତ ସନ୍ଦେହ ପ୍ରକାଶ କରିଛନ୍ତି।ମୃତ୍ୟୁ ପୂର୍ବରୁ କୃଷ୍ଣ ଗତ ଆଠ ଦିନ ତଳେ ଟାଇଫଡ ରେ ଆକ୍ରାନ୍ତ ହୋଇ ଡାକ୍ତର ସାବତ ଙ୍କ ଠାରେ ଚିକିତ୍ସିତ ହୋଇଥିଲେ।ଆଜି ସକାଳୁ ମଧ୍ୟ ସେ କୋରନା ପାଇଁ ପରୀକ୍ଷା କରିଥିଲେ।କିନ୍ତୁ ରିପୋର୍ଟ ଆସିବା ପୂର୍ବରୁ ତାଙ୍କ ମୃତ୍ୟ ଯାଇଛି। ସେ ଦଧିବାମନ ସ୍ୱାମୀ ଙ୍କ ମନ୍ଦିର ରେ ଖମ୍ବାରି କାର୍ଯ୍ୟ କରୁଥିଲେ।


