ଅଗ୍ନି ବିପନ୍ନ ପରିବାରକୁ ସହାୟତାର ହାତ ବଢ଼ାଇଲା ସାନଭି ସେବା ଟ୍ରଷ୍ଟ

ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ଝଣଝଣା ଗ୍ରାମରେ ଗତ ୩ତାରିଖ ଘଟିଥିବା ଅଗ୍ନିକାଣ୍ଡର ବିପନ୍ନ ପରିବାରକୁ ସହାୟତାର ହାତ ବଢ଼ାଇଛି ସାନଭି ସେବା ଟ୍ରଷ୍ଟ । ଝଣଝଣା ଗ୍ରାମର ସନା ହୋଙ୍କ ୩ବଖରା ଘର ବଜ୍ରପାତରେ ପୋଡିଯିବା ସହିତ କେବଳ ପିନ୍ଧାବସ୍ତ୍ରଟି ବ୍ୟତିତ ଆଉ କିଛି ଉଦ୍ଧାର କରାଯାଇ ପାରିନଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଆଜି ସାନଭି ସେବା ଟ୍ରଷ୍ଟର ମୁଖ୍ୟ ଉପଦେ୍ଦଷ୍ଟା ଦିଲ୍ଲିପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଶିବବ୍ରତ ପଣ୍ଡା, ତପନ କୁମାର ବଳ, ନିଶିକାନ୍ତ ରାଉତ, ନିରାକାର ସାମଲ, ଭାଗିରଥି ନାୟକ, ସନ୍ତୋଷ ପରିଡା, ନବଘନ ପଢ଼ିଆରୀ, ଗଙ୍ଗାଧର ଦାସ ପ୍ରମୁଖ ସନାଙ୍କ ଘରେ ପହଞ୍ଚି ପରିବାର ଲୋକେ ନାନା ଦୁଖଃକଷ୍ଟରେ କାଳାତିପାତ କରୁଥିବା ଦେଖି ତାଙ୍କୁ ସମବେଦନା ଜଣାଇବା ସହିତ ତାଙ୍କୁ ଗୋଟିଏ ମାସ ଚଳିବାପାଇଁ ଚାଉଳ, ରେସନ ସାମଗ୍ରୀ, ଶୁଖିଲା ଖାଦ୍ୟ ଓ ଲୁଗାପଟା ଓ କିଛି ଆର୍ଥôକ ସହାୟତା ଯୋଗାଇ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ