ଚାରଣ ଗୋଷ୍ଠୀ ପକ୍ଷରୁ ମହମବତୀ ଶୋଭାଯାତ୍ରା ଓ ସ୍ମୃତିଚାରଣ ସଭା

ହାଟଡିହିି, (ବିକାଶ ବିଶ୍ୱାଳ):ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀର ଦଳପତି ଓ ସମ୍ପାଦକଙ୍କ ଅନୁମତିକ୍ରମେ କେନ୍ଦୁଝର ଚାରଣ ଜିଲ୍ଲା ସଂଗଠନ ପକ୍ଷରୁ ବାହାନଗା ଠାରେ ଟ୍ରେନ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ଓ ଗୁରୁତର ଆହତ ବ୍ୟକ୍ତି ମାନଙ୍କ ଉଦେ୍ଦଶ୍ୟରେ ଏକ ମହମବତୀ ଶୋଭାଯାତ୍ରା ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ସଂଗଠକ ତପନ କୁମାର ନାୟକଙ୍କ ତତ୍ୱାବଧାନରେ ହାଟଡିହି ତହସିଲ ପଡିଆ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଚାରଣ ଶାଖାର ସଦସ୍ୟମାନେ ଯୋଗଦେଇ ବାହାନଗା ଠାରେ ରେଳ ଦୁର୍ଘଟଣାରେ ମୃତୁ୍ୟ ବରଣ କରିଥିବା ବ୍ୟକ୍ତି ମାନଙ୍କ ଉଦେ୍ଦଶ୍ୟରେ ସ୍ମୃତି ଚାରଣ କରିବା ସହିତ ତାଙ୍କର ଅମର ଆତ୍ମାର ସତଗତି ଓ ଗୁରୁତର ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ମୃତବ୍ୟକ୍ତି ମାନଙ୍କ ଲାଗି ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ