ଅଘୋଷିତ ଅଚଳ ୧୦ ଟଙ୍କିଆ ଓ ୧ ଟଙ୍କିଆ ଛୋଟ କଏନ ଅଲୋଡ଼ା ପାଲଟିଛି

ହିଂଜିଳିକାଟୁ ୧୭ା୫ (ଶେଷଦେବ ସାହୁ): ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରତିଗଣିତ ହିଂଜିଳିକାଟୁ ସହରରେ ଅଘୋଷିତଭାବେ ଅଚଳ ହୋଇପଡ଼ିଛି ୧୦ ଟଙ୍କିଆ କଏନ ଓ ଟଙ୍କିକିଆ ଛୋଟ କଏନ । ନା କୌଣସି ଦୋକାନୀ ଏହାକୁ ଗ୍ରହଣ କରୁଛନ୍ତି ନା ଏହାକୁ ଗାଡ଼ି ମୋଟରରେ ଯାତାୟତ ବାବଦକୁ ଖର୍ଚ୍ଚ କରିହେଉଛି । ୧୦ ଟଙ୍କିଆ କଏନ ଓ ଟଙ୍କିକିଆ ଛୋଟ କଏନ ଦେଖିଲେ ସମସ୍ତେ ନାକ ଟେକୁଛସତେଯେପରଏହି ମୁଦ୍ରା ଗୁଡ଼ିକ ଅଛୁଆଁ । କୌଣସି ସାମଗ୍ରୀ ବଦଳରେ ୧୦ ଟଙ୍କିଆ କଏନ ଓ ଟଙ୍କିକିଆ ଛୋଟ କଏନ ଦେଲେ ଏହା ଚଳୁନାହିଁ ବୋଲି ରୋକ୍ଠୋକ ଶୁଣାଇ ଦେଉଛନ୍ତି ବସ୍ କଣ୍ଡକ୍ଟର, ବ୍ୟବସାୟିତ ପ୍ରତିଷ୍ଠାନ ଓ ଛୋଟବଡ଼ ଦୋକାନୀ । କେବଳ ସେତିକି ନୁହେଁ ବିଭିନ୍ନ ବ୍ୟାଙ୍କରେ ମଧ୍ୟ ୧୦ ଟଙ୍କିଆ କଏନ ଓ ଟଙ୍କିକିଆ ଛୋଟ କଏନ ଗୁଡ଼ିକ ଅଛୁଆଁ ମନେ ହେଉଛି । ବ୍ୟାଙ୍କ ଗୁଡ଼ିକ ଏଭଳି ୍ରୁଦ୍ରା ମଧ୍ୟ ଗ୍ରହଣ କରୁନଥିବା ଓ ବିଭିନ୍ନ ସମୟରେ କୁଣ୍ଠାବୋଧ କରୁଥିବା ଗୁରୁତର ଅଭିଯୋଗ ହେଉଛି ।ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ପଷ୍ଟ ଗାଇଡ଼ ଲାଇନ ସତ୍ୱେ ୧୦ ଟଙ୍କିଆ କଏନ ଓ ଟଙ୍କିକିଆ ଛୋଟ କଏନକୁ କେହି ଗ୍ରହଣ କରୁନଥିବାରୁ ସ୍ଥାନୀୟ ଅଂଚଳରେ ଏହା ଅଲୋଡ଼ା ଓ ଅଚଳ ହୋଇପଡ଼ିଛି । ବ୍ୟାଙ୍କ ଗୁଡ଼ିକରେ ଏକା ଥରକେ ୧୦୦ ଯି ୧୦ ଟଙ୍କିଆ ମୁଦ୍ରା ଅର୍ଥାତ ଏକକାଳୀନ ୧ ହଜାର ଟଙ୍କା ଜମା କଲେ ବ୍ୟାଙ୍କ କର୍ତୁପକ୍ଷ ରାଜି ହେଉଥିବା ବେଳେ ଏକା ଥରକେ ଜମା କରିବା ଲୋକଙ୍କ ପାଖେ ସମ୍ଭବପର ହୋଇପାରୁନାହିଁ । ସ୍ଥାନୀୟ ଅଂଚଳରେ ୧୦ ଟଙ୍କିଆ କଏନ ଓ ଟଙ୍କିକିଆ ଛୋଟ କଏନ ପ୍ରଚଳିତ ହୋଇନଥିବାରୁ ଯେଉଁ ବ୍ୟବସାୟୀ କିମ୍ବା ଲୋକଙ୍କ ପାଖେ ଉକ୍ତ ମୁଦ୍ରା ଗୁଡ଼ିକ ରହିଛି ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି । ୧୦ ଟଙ୍କିଆ କଏନ ଓ ଟଙ୍କିକିଆ ଛୋଟ କଏନକୁ ନେଇ ଏପରି ପରିସ୍ଥିତି ଉପୁଜିଛି ଯେ, ଔଷଧ ଦୋକାନୀ ମଧ୍ୟ ଏହା ରଖିବା ପାଇଁ ନାରାଜ ହେଉଥିବାରୁ ଲୋକେ ନାନା ହଇରାଣ ହରକତ ହେଉଛନ୍ତି । ଏ ନେଇ ସ୍ଥାନୀୟ ଅଂଚଳର ଜୈନିକ ଔଷଧ ବ୍ୟବସାୟୀଙ୍କୁ ପଚାରିବାରୁ ସେ କହିଲେ ପୂର୍ବେ ଲୋକମାନେ ୧୦ ଟଙ୍କିଆ କଏନ ଓ ଟଙ୍କିକିଆ ଛୋଟ କଏନ ଦେବା ବେଳେ ଆମେ ଏହାକୁ ସହଜରେ ଗ୍ରହଣ କରୁଥିବା ବେଳେ ପୁର୍ନବାର ଳୋକେ ଏହାକୁ ଗ୍ରହଣ କରୁନଥିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ତାଙ୍କରି ନିକଟରେ ୧୦ ଟଙ୍କିଆ କଏନ ଓ ଟଙ୍କିକିଆ ଛୋଟ କଏନ ମିଶି ୩୦ ହଜାରରୁ ଉଦ୍ଧ୍ୱର୍ ଟଙ୍କାର କଏନ ଗଚ୍ଛିତ ଥିବା କହିଥିଲେ । ଉକ୍ତ ୧୦ ଟଙ୍କିଆ କଏନ ଓ ଟଙ୍କିକିଆ ଛୋଟ କଏନ ନୂତନ ଭରାବେ ବଜାରକୁ ଯେତେବେଳେ ଆସିଥିଲା, ସେତେବେଳେ ଏହା ଠିକ ଭାବେ ପ୍ରଚଳିତ ହେଉଥିଲା । କିନ୍ତୁ କିଛି ଲୋକେ ଉକ୍ତ ମୁଦ୍ରାକୁ ସଂଗ୍ରହ କରି ଖର୍ଚ୍ଚ କରୁନଥିଲେ । ହଠାତ୍ କୌଣସି ସୁତ୍ରରୁ ଏହା ବନ୍ଦ ହୋଇଯିବାର ଅପପ୍ରଚାର ଶୁଣି ଗଚ୍ଛିତ ମୁଦ୍ରା ଗୁଡ଼ିକୁ ଖର୍ଚ୍ଚ କରିବାରେ ଲାଗିଲେ । କିନ୍ତୁ ପ୍ରଚାର ହୋଇଥିବା ଗୁଜବକୁ ଲୋକେ ବିଶ୍ୱାସ କରି ଏହାକୁ ଗ୍ରହଣ କରିବାକୁ ପଛଗୁଂଚା ଦେଲେ । ଏହାପରେ ଆରବିଆଇ ୧୦ ଟଙ୍କିଆ କଏନ ଓ ଟଙ୍କିକିଆ ଛୋଟ କଏନ ବନ୍ଦ ହେବା ଏକ ଗୁଜବ ବୋଲି ଘୋଷଣା କରିବା ପରେ କିଛି ସ୍ଥାନରେ ସ୍ଥିତି ସୁଧାରିବାରେ ଲାଗିଥିବା ବେଳେ ହିଂଜିଳିକାଟୁ ସହରରେ ବର୍ତମାନ ସୁଦ୍ଧା ଅଧିକାଂଶ ଲୋକଙ୍କ ମନରେ ୧୦ ଟଙ୍କିଆ କଏନ ଓ ଟଙ୍କିକିଆ ଛୋଟ କଏନକୁ ନେଇ ଏକ ପ୍ରକାର ଗୁଜବ କାଏମ ରହିଛି । ସ୍ଥାନୀୟ ବ୍ୟାଙ୍କ ରଖିଥିବା ଅଜବ ନୀତି ମଧ୍ୟ ସହରରେ ୧୦ ଟଙ୍କିଆ କଏନ ଓ ଟଙ୍କିକିଆ ଛୋଟ କଏନ ଅଚଳ ହେବାର ଅନ୍ୟତମ କାରଣ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।କେବଳ ହିଂଜିଳିକାଟୁ ସହର ନୁହେଁ ଗଂଜାମ ଜିଲ୍ଲାର ବହୁ ସହରରେ ମଧ୍ୟ ୧୦ ଟଙ୍କିଆ କଏନ ଓ ଟଙ୍କିକିଆ ଛୋଟ କଏନ ପ୍ରଚଳନ ବନ୍ଦ ହେବାରେ ଲାଗିଛି । ଏଥିପ୍ରତି ସଚେତନତା ସୃଷ୍ଟି କରାନଗଲେ ଭୟାନକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ