ମାଗଣା ସ୍ୱାସ୍ଥ୍ୟ ସଚେତନତା ଓ ପରାମର୍ଶ ଶିବିର

ହିଂଜିଳିକାଟୁ (ଶେଷଦେବ ସାହୁ): ଗଂଜାମ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପୋଡ଼ିଙ୍ଗି ସ୍ଥିତ ପଲ୍ଲୀ ବିକାଶ କେନ୍ଦ୍ର ଓ ବ୍ରହ୍ମପୁର ସାଥୀ ଫାଉଣ୍ଡେସେନର ମିଳିତ ସହଯୋଗରେ ଶୁକ୍ରବାର ଦିନ ହିଂଜିଳିକାଟୁ ବ୍ଳକ ପୋଡ଼ିଙ୍ଗି ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ସଚେତନତା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡ଼ାକ୍ତର ପାର୍ଥସାରଥୀ ନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ାକ୍ତର ପ୍ରଭାକର ସାହୁ ଯୋଗଦେଇ ସ୍ୱାସ୍ଥ୍ୟର ଯତ୍ନ ସମନ୍ଧୀୟ ପରାମର୍ଶ ପ୍ରଦାନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ଡ଼ାକ୍ତର ଏନ. ସନ୍ତୋଷ କୁମାର, ଡ଼ାକ୍ତର ଅନିଲ କୁମାର ସାହୁ, ଶିକ୍ଷକ କରୁଣାକର ବାଡ଼ତ୍ୟ, ପରିଦର୍ଶକ ଅଶୋକ କୁୂମାର ମିଶ୍ର, ସମାଜସେବି ସୀତାକାନ୍ତ ପାତ୍ର, ସାଥୀ ଫାଉଣ୍ଡେସନର ସଂଯୋଜକ କେଦାର ବାବୁ ପ୍ରମୁଖ ଯୋଗ ଦେଇଥିଲେ । ସ୍ଥାନୀୟ ଗ୍ରାମ ସମେତ ନିକଟସ୍ଥ ଅଂଚଳର ପ୍ରାୟ ୧୮୦ ଜଣ ରୋଗଜୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣାରେ ଔଷଧ ବଂଟନ କରାଯାଇଥିଲା । ୨୦ ରୋଗୀଙ୍କ ମଧୁମେହ, ୧୮ ଜଣଙ୍କହେପାଟାଇଟିସ, ୧୧ ଜଣଙ୍କ ଫ୍ୟୁରିକ ଏସିଡ଼ ପରୀକ୍ଷା କରାଯାଇଥିଲା । ୫୦ ରୁ ଉଦ୍ଧ୍ୱର୍ ରୋଗୀଙ୍କ ଉନ୍ନତ ଚିକିତ୍ସା ଆବଶ୍ୟକ ଥିବାରୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରିବା ସକାଶେ ପରାମର୍ଶ ଦିଆଯାଇଥିଲା । ସାଥୀ ଫାଉଣ୍ଡେସେନର କର୍ମକର୍ତା କେଦାର ପାଢି, ସନ୍ତୋଷ ସେଠି, ବିଶ୍ୱରଂଜନ ଦାଶ, ମହମ୍ମଦ ଇରଫାନ ପ୍ରମୁଖ ଯୋଗଦେଇ ଔଷଧ ବିତରଣ କରିଥିଲେ । ସଙ୍ଗଠନର ସାଧାରଣ ସମ୍ପାଦକ ସଂଜୟ କୁମାର ପଣ୍ଡା, ଉପଦେଷ୍ଟା କିରଣ କୁମାର ପାଢି, ଆଲୋକ କୁମାର ନାୟକ, କୋଷାଧ୍ୟକ୍ଷ ଚିନ୍ତାମଣି ବେହେରା, ସଂଯୋଜକ ସିତାରାମ ପାଢି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଂଗ୍ରେସ ଗୌଡ଼, ରବିନ୍ଦ୍ର ବେହେରା, ବିମଳ ସାହୁ, ଆକାଶ ବେହେରା, ବିଚିତ୍ର ବେହେରା, ନିଳାଂଚଳ ବେହେରା, ଭବାନି ପାତ୍ର, ଶିବାନି ପାତ୍ର, ବିକାଶ ଗୌଡ଼, ଦୀପକ ଗୌଡ଼, ବଳରାମ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ