ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ୍ ବଢିଲା, ଏତିକି ଟଙ୍କାରେ ମିଳିବ
ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ଭୁବନେଶ୍ୱର: ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ବଢିଲା । ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି ଅଣ୍ଡାର ମୂଲ୍ୟ । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ ୨ ଟଙ୍କା ବଢାଇଛନ୍ତି । ଏ ବାବଦରେ ରାଜ୍ୟ ସରକାର ବର୍ଷକୁ ଅଧିକ ୧୭୫.୧୪ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।ତେବେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏ ବାବଦରେ ରାଜ୍ୟ ସରକାର ବର୍ଷକୁ ଅଧିକ ୧୭୫.୧୪ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ବଜାରରେ ଅଣ୍ଡା ଦର ବଢ଼ିଛି। ଦର ବୃଦ୍ଧି ଯୋଗୁ ପିଲାଙ୍କୁ ଅଣ୍ଡା ଦେବାରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଣ୍ଡା ଦର ବଢ଼ାଇବାକୁ ଦାବି ହେଉଥିଲା। ଏହାକୁ ବିଚାର କରି ସରକାର ଅଙ୍ଗନବାଡି କେନ୍ଦ୍ର ପାଇଁ ଅଣ୍ଡା ଦର ବଢାଇଛନ୍ତି।