ଅଙ୍ଗନଓ୍ବାଡି କେନ୍ଦ୍ରରେ ଅନିୟମିତତା ନେଇ ଅଭିଯୋଗ।କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ମୟୁରଭଞ୍ଜ:ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ର ର ଅନିୟମିତତା କୁ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ରାଇରଙ୍ଗପୁରବର୍ତ୍ତମାନ କରୋନା କୁ ନେଇ ସାରା ଦେଶରେ କଟକଣା ଲାଗୁ ହୋଇଥିଲାବେଳେ ଅଙ୍ଗନଓ୍ବାଡିର ଶିଶୁ ଛାତ୍ରଛାତ୍ରୀ,ଗର୍ଭବତୀ ମହିଳା ତଥା ମାଆ ଓ ଛୋଟଶିଶୁ ମାନଙ୍କ ଶୁଖିଲା ଖାଦ୍ୟ ଅଣ୍ଡା,ଚାଉଳ,ଛତୁଆ,ସୁଜି ଓ ଲଡୁ ଆଦି ପ୍ରତ୍ୟୋକଙ୍କ ଘରକୁ ପହଞ୍ଚାଇବାକୁ ସରକାରଙ୍କ ଆଦେଶ ରହିଛି।ତେବେ ଏହି ସବୁ ଶୁଖିଲା ଖାଦ୍ୟ ଘରକୁ ନ ପହଞ୍ଚାଇ ଅଜ୍ଞନଓ୍ବାଡି କେନ୍ଦ୍ରରୁ ନେବାକୁ ବାଧ୍ୟ କରିଥିଲେ ଏବଂ ଏହାର ବିରୋଧ କରାଯିବାରୁ ଲୋକଙ୍କୁ ଦୂର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ କରିଛନ୍ତି।ଏହାପରେ ଗ୍ରାମର ସମସ୍ତ ମହିଳା ଓ ବ୍ୟକ୍ତିମାନେ ଏକତ୍ରୀତ ହୋଇ ଅଙ୍ଗନଓ୍ବାଡି କର୍ମି’ଙ୍କ ଦ୍ବାରା ହୋଇଆସୁଥିବା ବିଭିନ୍ନ ଅନିୟମିତତା ବିଷୟରେ ଅଭିଯୋଗ କରିଥିଲେ।ହିତାଧିକାରୀଙ୍କୁ କମ୍ ମାତ୍ରାରେ ଖାଦ୍ୟ ପଦାର୍ଥ ଦିଆଯିବା।ଛତୁଆ,ସୁଜି,ଲଡୁ ଇତ୍ୟାଦି ବାବଦକୁ ପକେଟ ପିଛା ୨’ଟଙ୍କା ଲେଖାଏଁ ନେବା ଓ ଏସବୁ ଜିନିଷ ବିନା ମୂଲ୍ୟରେ ଯୋଗାଇବାର ନୀୟମ ରହିଥିବା କହି ବିରୋଧ କଲେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୂର୍ବବ୍ୟବହାର କରିଥାଆନ୍ତି।ଗର୍ଭବତୀ ମହିଳା,ମାଆ ଓ ଶିଶୁ ମାନେ ୫/୬’ ମାସରେ ୨’ଥର ମାତ୍ର ଶୁଖିଲା ଖାଦ୍ୟ ପାଇଥିବା।ଚଳିତ ମାସ ୪’ସପ୍ତାହର ୨୪’ଟି ଅଣ୍ଡା ଦେବା ପରିବର୍ତେ ୧’ସପ୍ତାହର ୩’ଟି ଲେଖାଏଁ ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି।ଅଙ୍ଗନଓ୍ବାଡି ସ୍କୁଲ ଚାଲିଥିବା ସମୟରେ ମଧ୍ୟ ବେଳେବେଳେ ଶିଶୁମାନଙ୍କୁ ଫାଳେ ଅଣ୍ଡା ଦେଉଥିବାର ଅଭିଯୋଗ କରିଛନ୍ତି ଶିଶୁମାନେ।ଅଙ୍ଗନଓ୍ବାଡି ଶିଶୁଙ୍କୁ ଦିଆଯାଉଥିବା ସ୍କୁଲ ପୋଷାକ ମଧ୍ୟ ବର୍ଷରେ ୨’ଥର ପରିବର୍ତ୍ତେ ଥରେ ମାତ୍ର ପ୍ରଦାନ କରାଯଇଥାଏ।ମମତା ଯୋଜନାରେ ପ୍ରସୁତୀ ମହିଳା’ଙ୍କୁ ମିଳୁଥିବା ୫’ହଜାର ଟଙ୍କାର ସରକାରୀ ସହାୟତା ଯୋଗାଇ ଦେବାକୁ ଫର୍ମ ପୂରଣ ପାଇଁ ମଧ୍ୟ ୩’ଶହ ଟଙ୍କା ଲାଞ୍ଚ ନେଉଥିବାର ଅଭିଯୋଗ କରିଛନ୍ତି ମହିଳାମାନେ।ଏପରିକି କିଛି ନୂଆ ଯୋଜନା ଆସିଲେ ଅଙ୍ଗନଓ୍ବାଡି କର୍ମଚାରୀ ଜଣକ କାହାରୀକୁ ସୂଚନା ମଧ୍ୟ ପ୍ରଦାନ କରିନଥାନ୍ତି ।ରୋଷେଇଆ ଭାବେ କାମକରୁଥିବା ମହିଳା ବିରୁଦ୍ଧରେ ମଧ୍ୟ ସଂଗୀନ ଅଭିଯୋଗ କରିଛିନ୍ତି ଗ୍ରାମବାସୀ।ସେ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରୁନଥିବା ଓ ଅପରିଷ୍କାର ଥାଳିରେ ଛୁଆଙ୍କୁ ଖାଦ୍ୟ ପରସିବା ସହିତ ପାଣି ମଧ୍ୟ ଯୋଗାଇ ନଥାନ୍ତି ଫଳରେ ଛୋଟ ଛୁଆମାନେ ନିଜେ ନଳକୂପରୁ ପାଣି ପିଇବା ସହ ହାତ ଧୋଇ ଥାଆନ୍ତି।ରୋଷେଇରେ ଏଣେତେଣେ ପଦାରେ ମିଳୁଥିବା ଅମରୀ ଲତା ସଂଗ୍ରହ କରି ତାକୁ ଜାଳେଣୀ ଭାବେ ବ୍ୟବହାର କରିଥାନ୍ତି ଯାହାକି ଏକ ବିଷାକ୍ତ ପ୍ରଜାତିର ହୋଇଥିବାରୁ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ହାନିକାରକ।ତା’ଛଡା ଅଙ୍ଗନଓ୍ବାଡି କର୍ମି ଜଣକ ଶିଶୁଙ୍କୁ ଶିକ୍ଷାଦାନ ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରରେ ସବୁବେଳେ ଅନୁପସ୍ଥିତ ରହୁଥିଲାବେଳେ ପାଚିକା ଜଣଙ୍କ ଦାୟିତ୍ବରେ ଶିଶୁମାନେ ଅଙ୍ଗନଓ୍ବାଡିରେ ସମୟ ବ୍ୟତିତ କରିଥାନ୍ତି। ଅଙ୍ଗନଓ୍ବାଡି କର୍ମି’ଙ୍କ ଦ୍ବାରା ଶିଶୁ ମାନଙ୍କୁ ଘରକୁ ଘର ଛାଡିବାର ନୀୟମ ରହିଥିଲେ ମଧ୍ୟ ଶିଶୁଙ୍କୁ ଛୁଟିପରେ ଏକୁଟିଆ ଛାଡି ଦିଆଯାଇ ଥାଏ ।ଏସବୁ ସମସ୍ୟାକୁ ଗ୍ରାମବାସୀମାନେ ବହୁ ସମୟରୁ ବରଦାସ୍ତ କରି ନୟାନ୍ତ ହେଲାପରେ ସମସ୍ତ ଗ୍ରାମବାସୀ ଏକତ୍ରୀତ ହୋଇ ଗଣମାଧ୍ୟମ ସମ୍ମୁଖରେ ଅଙ୍ଗନଓ୍ବାଡି କର୍ମି ପ୍ରମିଳା ମଞ୍ଜରୀ ମହାକୁଡ ଓ ପାଚିକା ସବିତା ମହାନ୍ତ’ଙ୍କୁ ଚାକିରୀରୁ ବହିଷ୍କୃତ କରାଯିବାକୁ ଦାବିକରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ