ରାସ୍ତା କାମକୁ ନେଇ ଉତ୍ତେଜନା: ଦୁଇ ଗୋଷ୍ଠୀ ମଧ୍ୟରେ ଥାନାରେ ପୃଥକ ମାମଲା
ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ପରିସରରେ ସାଢେ ତିନି ଲକ୍ଷ ଟଙ୍କା ବ୍ୟୟରେ ଏକ ରାସ୍ତା ମରାମତି ପାଇଁ ଅର୍ଥ ମଂଜୁର ହୋଇଥିଲା। ଏହି କାମ ପୂର୍ବରୁ ଦୀର୍ଘ ବର୍ଷ ଧରି ଗୋଟିଏ ଗୋଷ୍ଠୀ ନିୟମିତ ଭାବେ ବ୍ଲକ କାର୍ଯ୍ୟ କରିଆସୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହି କାର୍ଯ୍ୟ କରିବା ପାଇଁ ଉଦ୍ୟମ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବୁଧବାର ବିଳମ୍ବିତ ରାତ୍ରିରେ ଗଣ୍ଡଗୋଳ ଉପୁଜି ଥିଲା। ଗଣ୍ଡଗୋଳ ସମୟରେ ପରସ୍ପର ମଧ୍ୟରେ ଆକ୍ରମଣରେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ସତ୍ୟଜିତ ସାମଲଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏହାପରେ ସେ ବେତନଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ଚିକତ୍ସା ହୋଇଥିବା ସତ୍ୟଜିତ ସାମଲଙ୍କ ଚିକିତ୍ସା ପରେ ବେତନଟୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କୁ ଭିତ୍ତି କରି ବେତନଟୀ ପୋଲିସ କେଶ ନମ୍ବର ୧୮୧/୨୦୨୫ରେ ମାମଲା ରୁଜୁ କରି ଭାରତୀୟ ନ୍ୟାୟ ସଂହିତା ର ଧାରା ୨୯୬, ୧୧୫(୨), ୧୧୮(୧), ୩୫୧(୨)(୩), (୩), (୫) ବି ଏନ ଏସ ରେ ମାମଲା ରୁଜୁ ହୋଇଛି, ମାମଲା ରେ ୫ଜଣକୁ କୁ ପୋଲିସ ଅଭିଯୁକ୍ତ କରିଛନ୍ତି। ସେହି ଭଳି ଅନ୍ୟ ଏକ ରାଜନୈତିକ ଦଳର ଅଭିଯୋଗକାରୀ କେଶବ ନାଥ ଥାନରେ ଅଭିଯୋଗ କରିଥିବା ବେଳେ ପୋଲିସ ମଧ୍ୟ କେଶ ନମ୍ବର ୧୮୨/୨୦୨୫ରେ ପାଲଟା ମାମଲା ରୁଜୁ କରିଛନ୍ତି। ଏହି ପାଲଟା ମାମଲା ରେ ଭାରତୀୟ ନ୍ୟାୟ ସଂହିତା ର ଧାରା ୨୯୬, ୧୧୫(୨), ୩୫୧(୨)(୩), ବି ଏନ ଏସ ରେ ମାମଲା ରୁଜୁ ହୋଇଛି। ଏହି ପାଲଟା ମାମଲାରେ ୩ ଜଣ କୁ ଅଭିଯୁକ୍ତ ଭାବେ ପୋଲିସ ନେଇଛନ୍ତି। ଦୁଇ ଗୋଷ୍ଠଙ୍କ ମଧ୍ୟରେ ବିବାଦ ତୀବ୍ରତର ହୋଇଥିବାରୁ ବେତନଟୀ ବ୍ଲକ ପରିସର ଉତ୍ତେଜନା ରହିଥିବା ବେଳେ ପୋଲିସ ମାମଲା ରୁଜୁ କରିବା ପରେ ଏହାର ତଦନ୍ତ କରୁଥିବାର ଜଣାପଡିଛି।