ଅଙ୍ଗନବାଡ଼ି, ଆଶାଙ୍କ ପାଇଁ ନୂଆ ଘୋଷଣା
ଭୁବନେଶ୍ୱର: କୋଭିଡ ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ଶୁକ୍ରବାର ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ କ’ଣ ଘୋଷଣା କରାଯାଇଛି । ଡ୍ୟୁଟିରେ ଥାଇ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ଭତ୍ତା ପ୍ରଦାନ କରାଯିବ । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୬୦ ବର୍ଷ ହେବା ଯାଏଁ ଭତ୍ତା ମିଳିବ । ମୃତ ଅଙ୍ଗନବାଡ଼ି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୭୫୦୦ ଟଙ୍କା ଭତ୍ତା ମିଳିବ । ମୃତ ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୫ ହଜାର ଟଙ୍କା ମିଳିବ । ତେବେ କରୋନା ମୁକାବିଲା କ୍ଷେତ୍ରରେ ସାମିଲ କୋଭିଡ ଯୋଦ୍ଧା ଯଥା- ଡାକ୍ତର, ପୁଲିସ ଓ ସାମ୍ବାଦିକମାନଙ୍କ ପାଇଁ ରାଜ୍ୟ ସରକାର ପୂର୍ବରୁ ବୀମା ଘୋଷଣା କରିଥିଲେ । ତେବେ ଆଜି ଅଙ୍ଗନବାଡ଼ି, ଆଶାଙ୍କ ପାଇଁ ଭତ୍ତା ଘୋଷଣା କରିଛନ୍ତି ।