କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ନାଉଗାଁ,:ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଙ୍ଗଦାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ କାର୍ଯ୍ୟକ୍ରମ ଶୁକ୍ରବାର ଗଙ୍ଗଦାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକ ପିତାମ୍ବର ପରିଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରେବତୀ ସ୍ୱାଇଁ, ଶିକ୍ଷକ ଅକ୍ଷୟ କୁମାର ମହାନ୍ତି, ସୁଶାନ୍ତ କୁମାର ଜେନା, ପ୍ରଫୁଲ କୁମାର ସାହୁ, ନବକିଶୋର ସାମଲ, ଦିଲ୍ଲିପ କୁମାର ମହାପାତ୍ର, ପ୍ରତାପ ଚନ୍ଦ୍ର ସ୍ୱାଇଁ, ଶିକ୍ଷୟିତ୍ରୀ ନିଳିମା ବିଶ୍ୱାଳ,ସ୍ୱର୍ଣ୍ଣଲତା ବରାଳ, କଲ୍ୟାଣୀ ବିଶ୍ୱାଳ, ସ୍ମିତାବାଳା ପ୍ରଧାନ,ସବିତା ଦାସ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କ୍ଲଷ୍ଟରରେ ଥିବା ୯ଟି ବିଦ୍ୟାଳୟର କନିଷ୍ଠ ଓ ବରିଷ୍ଠ ବର୍ଗର ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିତର୍କ, ପ୍ରବନ୍ଧ,ଚିତ୍ରାଙ୍କନ, କୁଇଜି, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ ସହ ପିଏମପୋଷଣ ଚିତ୍ରକଳା ଓ ଶିଳ୍ପକଳା ଆଦିରେ ଅଂଶ ଗ୍ରହଣ କରିଥିଲେ। ସେହିପରି ଅଲଣାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରରେ ସିଆରସିସି କମଳଲୋଚନ ନାୟକଙ୍କ ତତ୍ୱାବଧାନରେ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବାସୁଦେବ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟରର ସିଆରସିସି ଜିତେନ୍ଦ୍ର କୁମାର ସେଠୀ ଓ କୋରୁଅ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରର ସିଆରସିସି ସରୋଜିନ ସାହୁଙ୍କ ତତ୍ୱାବଧାନରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି।


