ଅଙ୍ଗନବାଡ଼ି କେନ୍ଦ୍ରରେ ସାଂସଦଙ୍କ ଦ୍ଵାରା ମଶାରୀ ବଣ୍ଟନ କାର୍ଯ୍ୟକ୍ରମ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ): ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ବାସାଘୁଟୁ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି ଙ୍କ ଦ୍ଵାରା ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯକ୍ରମ ର ଶୁଭ ଉଦ୍ଘାଟନ ହେଇଛି । ଏହି ଅବସରରେ ବାସାଘୁଟୁ ଗ୍ରାମରେ ମ୍ୟାଲେରିଆ ନିରାକରଣ ପାଇଁ ପାଲା ପରିବେଷଣ ମାଧ୍ୟମରେ ଜନସାଧାରଣ ମାନଙ୍କୁ କେମିତି ମାସାରିର ବ୍ୟବହାର ଓ ଉପଚାରିତ କେମିତି ହେଇ ପାରିବ ସେ ବିଷୟରେ ବୁଝାଇ କହିଥିଲେ। ଏହି ଶୁଭ ଉଦ୍ଘାଟନ ରେ ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ରିତେଶ ଚୈତନ୍ୟ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ହିମାଂଶୁ ଶେଖର ବେହେରା, ବି ପି ଏମ ନିରାକାର ନାୟକ, ଏମ ଟି ଏସ ତୀର୍ଥଙ୍କର ମହାନ୍ତି, ବାଦାମ ପାହାଡ ଜନ ୨ ର ଜେଡପି ପୂତୁଲୁ ହାଇବୃ, ବଡ ହାତନା ବେଦା ସରପଞ୍ଚ ସାବିତ୍ରୀ ତିରୀୟା , ଆଶା, ଅଙ୍ଗନୱାଡ଼ି ଦିଦି, ଜନସାଧାରଣ ପ୍ରମୁଖ ଯୋଗଦେଇଥିଲେ । ଏହି ମଶାରୀ ବଣ୍ଟନ କାର୍ଯକ୍ରମ ରେ କୁସୁମୀ ବ୍ଲକ ପାଇଁ ୫୫୩୨୫ ମଶାରୀ ବଣ୍ଟନ ହେବାର କାର୍ଯକ୍ରମ ରହିଛି ।