ଅଙ୍ଗନବାଡ଼ି କେନ୍ଦ୍ର ଅନୁଧ୍ୟାନ କଲେ ମହିଳା ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସି ଅନ୍ତର୍ଗତ ବଡ଼ ବଜ଼ାର ହରିଜନ ସାହି ଅଙ୍ଗନାବାଡି କେନ୍ଦ୍ର ଅନୁଧ୍ୟାନ କରିଛନ୍ତି ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଦୁର୍ଗାପ୍ରସାଦ ମହାରଣା । ଆଜି ଅତିରିକ୍ତ ସଚିବ ମହାରଣା ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଓଜନ ଉତ୍ସଵ , ପୋଷଣ ଆପର ଯାଞ୍ଚ କରିଥିଲେ। ଖାତାରେ ଲେଖାଯାଇଥିବା ଓଜନ ଓ ଉଛତା ମାପିବା ଠିକ କି ନୁହେଁ , ପ୍ରତ୍ୟେକ ଶିଶୁର ସେମାନଙ୍କ ଓଜନ ଓ ଉଛତା ନିଜେ ପୁନର୍ବାର ମାପିବା ସହ ଖାତ ସହ ମେଳ କରାଇଥିଲେ। ସମନ୍ୱିତ ଶିଶୁ ବିକାଶର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଅଙ୍ଗନବାଡି କର୍ମୀ ବବିତା ପଣ୍ଡାଙ୍କୁ ପଚାରି ବୁଝିବା ସହ ପଙ୍ଖାନୁପୁଙ୍କ ଯାଞ୍ଚ କରିବା ସହ ପରିଷ୍କାର, ପରିଛନତା ଅନ୍ୟାନ୍ୟ ଯାଞ୍ଚକୁ ନେଇ ସନ୍ତୋଷ ବ୍ୟକ୍ତକରିବା ସହ ଇନୋଭେଟି କର୍ମୀ କହି ପ୍ରଶଂସା କାରିଥିଲେ। ଏହି ଅନୁଧ୍ୟାନ ସମୟରେ ପୋଷଣର ଜିଲ୍ଲା ସଂଯୋଜକ ଅମିତ ବାବୁ, ଜିଲ୍ଲାସମାଜ ମଙ୍ଗଳ ଅଧିକାରୀ ଆଦିଦା ପରବିନ , ଡିପିସି ଦେବବର୍ତ୍ତ ମହୁନ୍ତ, ସିଡ଼ିପିଓ ସଲିଳ ପ୍ରଧାନ,ସେକ୍ଟର ସୁପ୍ରଭାଇଜର ଭାରତୀବ୍ରହ୍ମା ସହ ଅନ୍ୟ ସୁପରଭାଇଜର, ଶିଶୁ ମାଆ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ