ଅଙ୍ଗନବାଡ଼ି କେନ୍ଦ୍ର ରୁ ଶିଶୁ ନିଖୋଜ ଥାନାରେ ଅଭିଯୋଗ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି।ବ୍ଲକ ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ମାତ୍ର କିଛି ଦୂରରେ ବ୍ଲକ କାର୍ଯ୍ୟଳୟ ପରିସର କୁ ଲାଗି ରହିଥିବା ମହନଳା ଅଙ୍ଗନବାଡ଼ି କେନ୍ଦ୍ର ନଂ ୨ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ସୋମବାର କେନ୍ଦ୍ର ଖୋଲିବା ର କିଛି ସମୟ ପରେ ଜଣେ ଶିଶୁ ସମ୍ବିତ ଜେନା(୪) ଗୋଟିଏ ବାଇକ ରେ ଜଣେ ପୁରୁଷ ଏବଂ ମହିଳା ଆସି ଅଙ୍ଗନବାଡ଼ି କେନ୍ଦ୍ର ରେ ପଶି ଜଣେ ପିଲାଙ୍କୁ ଉଠାଇ ନେଇ ଯାଇଥିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ୧୨ ଘଣ୍ଟା ସମୟରେ ଯେତେବେଳେ ସମ୍ବିତ ଜେନା ଘରକୁ ଫେରି ନଥିଲେ ତାଙ୍କ ଜେଜେ ମା ସୁମତି ଜେନା କେନ୍ଦ୍ର କୁ ଯାଇ ଖୋଜା ଖୋଜି ପରେ ନାତି ସମ୍ବିତ କୁ ପାଇ ନଥିଲେ। ଏନେଇ ସମ୍ବିତ ଜେନା ଙ୍କ ଜେଜେ ମା ସୁମତି ଜେନା ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି l କେନ୍ଦ୍ର ୨ ର ଅଙ୍ଗନବାଡ଼ି କର୍ମୀ ଏକ ଲିଖିତ ଅଭିଯୋଗ ସିଡ଼ିପିଓ ଏବଂ ପାଟପୁର ଥାନା ଅଧିକାରୀ ଦେଇଥିବା ଜଣା ପଡ଼ିଛି। ସୂଚନା ଯୋଗ୍ୟ ନିଖୋଜ ଶିଶୁ ସମ୍ବିତ ଜେନା ଙ୍କ ବାପା ନିଳ ମାଧବ ଜେନା,ମା ତପସ୍ୱିନୀ ଜେନା ଙ୍କ କୋର୍ଟ ରେ ମାମଲା ଚାଲୁ ରହିଥିବା ବେଳେ ଏଭଳି ଘଟଣା କୁ ନେଇ ଜେଜେ ମା ଚିନ୍ତା ରେ ରହିଛନ୍ତି। କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଅନୁପସ୍ଥିତି ଥିବା ସମୟରେ ଶିଶୁ ଟିକୁ କିଏ କେନ୍ଦ୍ର ରୁ ମନ ଇଛା ଅଙ୍ଗନବାଡ଼ି କର୍ମୀ ଙ୍କୁ ନ ଜଣାଇ ନେଲା ତାହା ଏବେ ପ୍ରଶ୍ନ ବାଚି ସୃଷ୍ଟି କରୁଛି। ଅନ୍ୟ ଅଭିଭାବକ ଏହି ଘଟଣା ଶୁଣିବା ପରେ ଶିଶୁ ଙ୍କ ସୁରକ୍ଷା କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଖବର ପାଇ ଅଙ୍ଗନବାଡ଼ି କେନ୍ଦ୍ର କୁ ଯାଇ ସିଡିପିଓ ଅର୍ଚ୍ଚନା କଁଅର ତଦନ୍ତ କରି ଫେରି ଥିବା ଜଣା ପଡ଼ିଛି।ସିଡିପିଓ କହିଛନ୍ତି ଆମ ପାଖରେ ଯାହା ଖବର ରହିଛି ତାର ଜନ୍ମ କଲା ମା ହିଁ ଶିଶୁ ଟିକୁ ନେଇଛି। ଏଥିରେ ଅସୁବିଧା କଣ ବୋଲି କହିଛନ୍ତି। ସେ ଆମଠାରୁ ଅନୁମତି ନେଇ ଜଣାଇ ନେବା କଥା କିନ୍ତୁ ମନ ଇଛା ନେଇ ଯାଇଛି ତାହା ତାଙ୍କର ପାରବାରିକ ଘଟଣା ଯୋଗୁଁ ଘଟିଛି ବୋଲି କହିଛନ୍ତି ।ଏନେଇ ପାଟପୁର ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ