୨୦୨୬ ରେଳ ବଜେଟ୍ ରେ କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ବେୟ ବରାଦ ନଥିବାରୁ ପ୍ରତିବାଦରେ ବିଜେଡିର ଆନ୍ଦୋଳନ

କଟକ,  (ଓ୍ବାଇଏନଏସ): ୨୦୨୬ ରେଳ ବଜେଟ ରେ କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ କେନ୍ଦ୍ର ବଜେଟ୍ ରେ ସଂଯୋଗ କରିବାକୁ ଦାବି କରିଛନ୍ତି କଟକ ବିଜୁ ଜନତା ଦଳ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମେୟର- ସୁବାସ ସିଂହ ମେଟ୍ରୋ ପ୍ରକଳ୍ପ କୁ ତୁରନ୍ତ ବେୟ ବରାଦ କରାଯାଇ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି । ୨୦୨୩ ମହିହା ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର ଙ୍କ ନିଜସ୍ବ ପାଣ୍ଠି ରୁ ୬,୨୫,୫୯୪ କୋଟି ଟଙ୍କା ବେୟବାରାଦ କରାଯାଇ ଜାନୁଆରୀ ୧ତାରିଖ ୧୦୧୪ ମସିହା ରେ ତ୍ରିଶୁଳିଆ ଠାରେ ଭିତ୍ତିପ୍ରସ୍ତର ପକଯାଇ କାର୍ଯ୍ୟ ଆରମ୍ଭ ହେଇଥିଲା । ୪ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା ।ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହି କାର୍ଯ୍ୟ କରିବାକୁ ଟେଣ୍ଡର ପାଇଥିଲା । କଟକ ଏସସିବି, ନେତାଜୀ ବସ୍ ଟର୍ମିନାଲ, ଉଚ୍ଚ ନ୍ୟାୟାଳୟ ଦେଇ ଭୁବନେଶ୍ୱର ବିମାନ ବନ୍ଦର ପର୍ଯ୍ୟନ୍ତ ହେଇଥାନ୍ତା । ପ୍ରାରମ୍ଭ ରେ ୩କୋଚ ସହିତ ୧୩ଟି ଟ୍ରେନ ଦୈନିକ ୧ଲକ୍ଷ୍ୟ ଯାତ୍ରୀ ଙ୍କୁ ଦେବା ଯୋଗାଇବାକୁ ଆକଳନ କରାଯାଇଥିଲା । ୨୦୨୩ ନଭେମ୍ବର ୧୪ ତାରିଖ ରେ ଅନୁଷ୍ଠିତ କ୍ୟାବିନେଟ୍ ରେ ୨୬ତମ ବୈଠକ ରେ ଏହି ପ୍ରକଳ୍ପ କୁ ଅନୁମୋଦନ ଦିଆଯାଇ ବେୟବରାଦ ନିର୍ଧାରଣ କରାଯାଇଥିଲା । ୨୦୨୪ ନୂଆ ବିଜେପି ସରକାର ଆସିଲା ପରେ ଏହି ପ୍ରକଳ୍ପ କୁ ବାତିଲ କରିଦିଆଗଲା । ବୃହତ୍ତମ ଭାବରେ ଏହି ମେଟ୍ରୋ ପ୍ରକଳ୍ପ କରାଯିବା ସଞ୍ଜ ସଙ୍ଗେ ସଙ୍ଗେ କେନ୍ଦ୍ରୀୟ ଅନୁଦାନ ଦିଆଯିବାକୁ କୁହାଯାଇଥିଲା । ୩୯୩ କୋଟି ଟଙ୍କା ଵେୟ କରାଯାଇ ଦେଢ଼ ବର୍ଷ ହେବ କାମ ଚାଲିଥିଲା ।ତାହା ମଝି ରୁ ବନ୍ଦ କରିଦିଆଗଲା । ୨୦୨୬ କେନ୍ଦ୍ରୀୟ ରେଳ ବଜେଟ୍ ରେ ମେଟ୍ରୋ ଯୋଜନା ନ ରହିବା ଏକ ବଡ଼ ପ୍ରତାରଣା ବୋଲି ଯିବୁ ଜନତା ଦଳ ର ବରିଷ୍ଠ ନେତା କଟକ ମେୟର ଶ୍ରୀ ସୁବାସ ସିଂହ ଓ କଟକ ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ଶ୍ରୀ ପ୍ରଫୁଲ୍ଲ ସିଂହ ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ବଜେଟ୍ ରେ ମେଟ୍ରୋ ରେଳ ପରିକଳ୍ପନା ର ବେୟ ବରାଦ କରାଯିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ତୁରନ୍ତ ଟେଣ୍ଡର କାମ ସାରି କାମ ଆରମ୍ଭ କରିବାକୁ ଦାବି କରି ଆସନ୍ତା ଫେବୃୟାରୀ ୮ତାରିଖ ଦିନ ସକାଳ ୯ଘଟିକଂସମୟ ରେ ବାରବାଟୀ ଷ୍ଟାଡିୟମ୍ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ନିକଟ ରେ ବିବୁ ଜନତା ଦଳ ପକ୍ଷ ରୁ ଧାରଣ ଓ ଆନ୍ଦୋଳନ କରାଯିବା କୁ ଆହ୍ବାନ ଦିଆଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ