ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଦାବି ଜଣାଇଲେ ଗ୍ରାମବାସୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହଦଗଡ ପଞ୍ଚାୟତ ଯୁଣପସି ଗ୍ରାମରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଆଜି ୫୦ରୁ ଉର୍ଦ୍ଧ ଗ୍ରାମବାସୀ ବ୍ଲକ କୁ ଆସି ଦାବି ଜଣାଇଛନ୍ତି । ସେମାନଙ୍କ ଅଭିଯୋଗ ଯେ ଏହି ଗ୍ରାମଟି ଏକ ଆଦିବାସୀ ବହୁଳ ଗ୍ରାମ ହୋଇଥିବାବେଳେ ଗମନା ଗମନର କୌଣସି ସୁବିଧା ନାହିଁ । ଗାଁରେ ଏକ ମିନି ଅଙ୍ଗନବାଡି ଥିଲାବେଳେ ଏହାର ଅଙ୍ଗନବାଡି କର୍ମୀ ୮ମାସ ହେଲା କେଉଁଆଡେ ପଳାଇଛନ୍ତି । ଫଳରେ ଏବେ ଅଙ୍ଗନବାଡି ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗରୁ ଗ୍ରାମର ଛୋଟଛୋଟ ଛୁଆ ଓ ଗର୍ଭବତୀ ପ୍ରସୁତୀ ମହିଳା ମାନେ ବଞ୍ଚିତ ହୋଇଛନ୍ତି । ଏନେଇ ଅଭିଯୋଗ ହେବାପରେ ନୁତନ ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ବିଭାଗ ପକ୍ଷରୁ ବ୍ୟବସ୍ଥା ହୋଇଛି । କିନ୍ତୁ ଗ୍ରାମବାସୀମାନେ ଜଣେ ମହିଳାଙ୍କୁ ରଖାଇବାକୁ ନିଷ୍ପତି ନେଇଥିବାବେଳେ ପୁର୍ବତନ କର୍ମୀଙ୍କ ଜଣେ ସମ୍ପର୍କୀୟ ଏହି ପଦୀ ପାଇଁ ଆବେଦନ କରିଛନ୍ତି । ଯାହାକୁ ଗ୍ରାମବାସୀମାନେ ଚାହୁଁ ନାହାନ୍ତି । ସେମାନେ ଏନେଇ ବାରମ୍ବାର ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଭେଟି ଜଣାଇଛନ୍ତି । ଆଜି ସୁନା ହେମ୍ରମ, ପ୍ରତାପ ସୁଣ୍ଢି, ଚିମ୍ବର ହୋ, ସୁରେ ହୋ, ଦମ ହୋ, ବର୍ଷା ସୋରେନ, ନାଉର ହୋ, ଭଞ୍ଜ ବଦରା, ଲବିଆ କଇପାଇ, ରାୟ ସୋରେନ, ତରମା ହୋ, ସୁମିତ୍ରା କାଣ୍ଡିଆନ, ପାର୍ବତୀ ହୋ, ମାଦାଇ ହୋ, ଚାମ୍ପ ହେମ୍ରମ, ମାନି ଶୁଣ୍ଢି, ଜମୁନା ସୋରେନ, ଚାନ୍ଦୁ କାଣ୍ଡିଆନଙ୍କ ସମେତ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଆଜି ସିଡିପିଓଙ୍କୁ ଭେଟିବା ସହିତ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ କର୍ମୀଙ୍କୁ ନିଯୁକ୍ତି ମିଳିଲେ ଗ୍ରାମବାସୀମାନେ ଅଙ୍ଗନବାଡି ଚାଲିବାରେ ଅସହଯୋଗ କରିବା ସହିତ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ସିଡିପିଓ ସରସ୍ୱତୀ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସେମାନଙ୍କ ଅଭିଯୋଗ ପାଇଛୁ, ଯାହା ନିୟମ ଅଛି ସେହି ନିୟମ ଆଧାରରେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ