ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଆଲୋକ ସେଠୀଙ୍କୁ ସମ୍ବର୍ଦ୍ଧନା

ହାଟଡିହି ,(ଓ୍ବାଇଏନଏସ):  ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଆଲୋକ ସେଠୀ  ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେବାପରେ ଆଜି ବିଭିନ୍ନ ବର୍ଗର ଲୋକମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେ ପଶ୍ଚିମବଙ୍ଗ ନିର୍ବାଚନ ଦାୟିତ୍ୱରେ ଥିବାବେଳେ ତାଙ୍କୁ ଏହି ପଦବୀ ପାଇଁ ମନୋନୀତ କରାଯାଇଥିଲା। ସେ ଆଜି ପଶ୍ଚିମବଙ୍ଗରୁ ଘରକୁ ଆସିଥିବା ବେଳେ ହାଟଡିହି ବିଜେପି କାର୍ଯ୍ୟାଳୟ ଠାରେ ବରିଷ୍ଠ ବିଜେପି ନେତା ନିକୁଞ୍ଜ ଓଝା, ଶାନ୍ତନୁ ସେଠୀ, ଜିଲ୍ଲା ପରିଷଦ ଅସୀମା ମିଶ୍ର, ତାରିଣୀ ସେନାପତି, ସୁରେନ୍ଦ୍ର କାଣ୍ଡି, ଯୁଧିଷ୍ଠିର ମଲ୍ଲିକ, ସୁଶାନ୍ତ କୁମାର ଜେନା, ସୁନୀଲ ନାୟକ, ରୁଦ୍ର ପ୍ରସାଦ ଜେନା, ମିନତୀ ଧଳ, ତୃପ୍ତିମୟୀ ଜେନା, ଦିପ୍ତିମୟୀ ଖୁଣ୍ଟିଆ ସମେତ ସମସ୍ତ ମଣ୍ଡଳ ସଭାପତି ଓ ଅନେକ ବିଜେପି କର୍ମକର୍ତ୍ତା ଆଲୋକଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଅପରାହ୍ନରେ ଛେନାପଦିଛକ ଠାରେ ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, ପରମେଶ୍ୱର ମଲ୍ଲିକ, ଚଣ୍ଡୀ ପ୍ରସାଦ ରାଉତଙ୍କ ସମେତ ବହୁ ଲୋକ ତାଙ୍କୁ ସ୍ୱାଗତ ଜଣାଇ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ