ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଗୋଦ ଭରାଈ କାର୍ଯ୍ୟକ୍ରମ
କୋଦଳା,(ଯୁଗାବ୍ଦ ନ୍ୟୁଜ୍): ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦେଶ କ୍ରମେ ଗୋଦ ଭରାଈ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇାଇଛି । ବେଗୁନିଆପଡା ବ୍ଲକ କୋଦଳା ଏନ.ଏସି ଖଡୁରା ସାହି କୋଠଘର ପରିସରରେ ଗୋଦ ଭରାଈ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗର୍ଭବତୀ ମହିଳା ମାନଙ୍କୁ ନେଇ ଗୋଦ ଭରାଈ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ରସମ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଗର୍ଭବତୀ ମହିଳା ମାନଙ୍କୁ ବଧାଇ ଜଣାଇବା ସହିତ ପରିବାର ଲୋକଙ୍କୁ ଉତ୍ସାହିତ କରିବା । ଏବଂ ଭୃଣ ହତ୍ୟା ରୋକିବା, କନ୍ୟା ସନ୍ତାନର ସୁରକ୍ଷା ବିଷୟରେ ଗର୍ଭବତୀ ମହିଳା ମାନଙ୍କୁ ବୁଝାଇଥିଲେ । କୋଦଳା ଅଞ୍ଚଳର ବାଇଗଣିଆ ସାହି, ଗୌଡ଼ ସାହି, ଡେରା ସାହି ଓ ଖଡୁରା ସାହି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଶ୍ରୀମତି ରିତାରାଣୀ ମିଶ୍ର, ଏଏନଏମ ଏ.ପ୍ରମିଳା ପାତ୍ର, ସୁନିତା ଗୌଡ଼, ଶ୍ରୀମତି ସବିତା ପାଢ଼ୀ ଓ ଶ୍ରୀମତି ସୁମିତ୍ରା ନାୟକଙ୍କ ଦ୍ୱାରା କାର୍ୟ୍ୟକ୍ରମ ସଫଳ ହୋଇଛି ।