ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ
ବୁଗୁଡା,,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତିର ବୈଠକ ବୁଧବାର ଦିନ ମାଣିତରା ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଥିଲା। ରୋଗୀ କଲ୍ୟାଣ ସମିତିର ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଗୋପବନ୍ଧୁ ବେହେରା, ମାଣିତରା ମେଡିକାଲ ଅଫିସର ଡାକ୍ତର ଦୟାନିଧି ରାଉତ, ଡାକ୍ତର ଦୁର୍ଗାମାଧବ ବିଶ୍ୱାଳ,ଫର୍ମାସିଷ୍ଟ ରାମଚନ୍ଦ୍ର ମିଶ୍ର,ଟେକିନସିଆନ କାଳି ପ୍ରସାଦ ସାହୁ,ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ଵାଇଁ ଓ କ୍ରିଷ୍ଣା ପଣ୍ଡା, ବ୍ଲକ ଏକାଉଟେଣ୍ଟ ସଞ୍ଜୟ କୁମାର ବରାଡ଼, ପ୍ରୋଗ୍ରାମ ମ୍ୟାନେଜର ବିଶ୍ୱଜିତ ପ୍ରଧାନ ଏବଂ ଡାଟା ମ୍ୟାନେଜର ସଞ୍ଜୟ କୁମାର ପ୍ରଧାନ ଯୋଗ ଦେଇଥିଲେ। ଏହି ବୈଠକରେ ବଜେଟ ଉପସ୍ଥାପନ କରାଯାଇ ଗୃହିତ ହୋଇଥିଲା।


