ଅଚିହ୍ନା ବୃଦ୍ଧଙ୍କ ଶବ ଉଦ୍ଧାର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ଛତାବର ନିକଟରୁ ଜଣେ ଅଚିହ୍ନା ବୃଦ୍ଧଙ୍କ ଶବ ଉଦ୍ଧାର ହୋଇଛି। ଖବର ପାଇବା ପରେ ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ପୁଲିସ ପକ୍ଷରୁ ଏନେଇ ୨୦/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି। ଛତା ବର ଆଖପାଖ ଅଞ୍ଚଳରେ ବୃଦ୍ଧଜଣକ ବୁଲୁଥିବା ବେଳେ ଆଜି ତାଙ୍କର ମୃତ ଦେହ ଦୋକାନ ପାଖରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ବ୍ୟକ୍ତିଙ୍କର କୌଣସି ପରିଚୟ ମିଳି ପାରିନାହିଁ।