ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଏକ ଅଜଣା ବ୍ୟକ୍ତିଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । କିନ୍ତୁ କିଛି ସମୟ ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହି ଅଜଣା ବ୍ୟକ୍ତିଙ୍କର କୈାଣସି ଆତ୍ମୀୟ ସ୍ୱଜନ ନଥିବାର ଖବର ପାଇ କେନ୍ଦ୍ରାପଡା ଟାଉନ୍ ପୋଲିସ ଉପସ୍ଥିତିରେ କେନ୍ଦ୍ରାପଡା ଜିଲ୍ଲା ଓଡିଶା ମୋ ପରିବାର ସହାୟତାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଶବକୁ ଚିହ୍ନଟ କରିବା ପାଇଁ ଶବ ସଂରକ୍ଷଣ ଗୃହରେ ଆଗାମୀ ୭୨ ଘଂଟା ପାଇଁ ରଖାଯାଇଛି । ଯଦି ଆଗାମୀ ୭୨ ଘଂଟା ମଧ୍ୟରେ ସେହି ଅଜଣା ବ୍ୟକ୍ତିଙ୍କର କୈାଣସି ଆତ୍ମୀୟ ସ୍ୱଜନ ଆସି ନପହଁଚନ୍ତି ତେବେ ପୋଲିସ ସହାୟତାରେ ଓଡିଶା ମୋ ପରିବାର ପକ୍ଷରୁ ସେହି ଶବର ସଂସ୍କାର କରାଯିବ । ଏହି ଶବ ବ୍ୟବଚ୍ଛେଦ କାର୍ଯ୍ୟକ୍ରମରେ ଟାଉନ ଏଏସ୍‌ଆଇ ଶରତ ଚନ୍ଦ୍ର ବାରିକ, ଓଡିଶା ମୋ ପରିବାର ସଂଯୋଜକ କାଳୀପ୍ରସାଦ ମିଶ୍ର, ସହ ସଂଯୋଜକ ହିରଣ୍ୟ କୁମାର ପଣ୍ଡା, ବିଜୟ କୁମାର ମଣ୍ଡଳ, ସୁରେନ୍ଦ୍ର କୁମାର ବେହେରା, ଗିରିଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ