ଆବାସ ଯୋଜନାରେ ଘରଟିଏ ପାଇବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଗୁହାରୀ କଲେ ମହିଳା
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ଦିନମଜୁରିଆ ମହିଳା ଜଣଙ୍କ ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ନପାଇ ଶେଷରେ ନିରାଶ ହୋଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣାଙ୍କ ପାଖରେ ଗୁହାରୀ କରିଛନ୍ତି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଆଳିଜଙ୍ଗା ଗ୍ରାମର ଜୟଦେବ ଦାସଙ୍କ ପତ୍ନୀ ଜୟନ୍ତୀ ଦାସ ଜଣେ ଦିନମଜୁରିଆ ଅଟନ୍ତି । ଦୈନିକ ମୂଲଲାଗି ପତିପତ୍ନୀ ତାଙ୍କ ଗରୀବ ପରିବାରର ଭରଣପୋଷଣ କରିଥାନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଟିଏ ପାଇବା ପାଇଁ ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଦୈାଡି ଦୈାଡି ନୟାନ୍ତ ହେବା ପରେ ଶେଷରେ ସେ ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏଥିପାଇଁ ନିବେଦନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତାଙ୍କ ଆବେଦନକୁ କେନ୍ଦ୍ରାପଡା ବିଡିଓଙ୍କ ପାଖକୁ ପଠାଇ ଦେଇ ଜୟନ୍ତୀଙ୍କୁ ଆବାସ ଯୋଜନାରେ ଘର ଟିଏ ଯୋଗାଇ ଦେବାକୁ ନିର୍ଦେଶ ଦେଇଥିବା ଜଣାପଡିଛି ।


