ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର

କୋଦଳା:(ଗୁଲସନ୍ କୁମାର କର)ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଭୋଦୁଆ ଗ୍ରାମ ଠାରୁ ତିନିଶହ ମିଟର ଦୂର ବାଘୁଆ ନାଳର ଏକ ଚେକଡ୍ୟାମ ନିକଟରୁ ଏକ ଅଜଣା ଅଚି଼ହ୍ନ ।ଲୋକର ମୃତ ଦେହ ଉଦ୍ଧାର କରିଛି କୋଦଳା ପୋଲିସ। ଖବର ନେବାରୁ ଜଣାଗଲା ଯେ ଭୋଦୁଆ ଗ୍ରାମର କିଛି ଲୋକ କୋଦଳା ସାମ୍ବାଦିକ ମାନଙ୍କୁ ମୃତଦେହ ପଡିଥିବାର ଖବର ଦେବା ପରେ କୋଦଳା ସାମ୍ବାଦିକ ସଂଘର ସାମ୍ବାଦିକ ମାନେ ଘଟଣା ସ୍ଥଳରେ ପହଞ୍ଚି କୋଦଳା ଥାନା ଅଧିକାରୀଙ୍କୁ ଏହି ବିଷୟରେ ଜଣାଇବା ପରେ କୋଦଳା ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ, ଏସଆଇ ଲୋକନାଥ ବେହେରା, ଆର.ଏନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତୁ ମାମଲା କେସ ନଂ ୫/୨୦୧୯ରେ ରୁଜୁକରି ଶବକୁ ବ୍ୟବଛେଦ ପାଇଁ ପଠାହୋଇଛି।କୋଦଳା ଥାନା ଅଧିକାରୀ କହିବା ମୁତାବକ ଶବ ବ୍ୟବଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ।ମୃତ ବ୍ୟକ୍ତି କେଉଁଠାର ବୋଲି କୋଦଳା ପୋଲିସ ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ