ଡାକ୍ତର ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ
(ଯୁଗାବ୍ଦ ନ୍ୟଜ) ନୟାଗଡ ଜିଲ୍ଲା ଦଶପଲ୍ଲା ଗୋଷ୍ଠୀ କେନ୍ଦ୍ରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଫାମିଲି ପ୍ଲନିଙ୍ଗ ଅପରେସନ ପାଇଁ ଆସିଥିବା ଖଣ୍ଡପଡା ଗାଁ ର କାଳିଆ ବରାଡ ନାମକ ଜଣେ ମହିଳା ଙ୍କ ପରିଶ୍ରା ନଳୀ କୁ ଡାକ୍ତର କାଟି ଦେଇଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ଖାମଖିଆଲି ଚିକିତ୍ସା ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରି ଏହାର ପ୍ରତିବାଦ ରେ ଦଶପଲ୍ଲା ଥାନା ସମ୍ମୁଖ ଦେଇଯାଇଥିବା ୫୭ ଜାତୀୟ ରାଜ୍ୟପଥ କୁ ଅବରୋଧ ସହିତ ଏଭଳି ଖାମଖିଆଲି ଚିକିତ୍ସା କରିଥିବା ଡାକ୍ତର ନବ ସାହୁ ଙ୍କ ବିରୁଧରେ ଦଶପଲ୍ଲା ଥାନା ରେ ତାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ କତ୍ତୃପକ୍ଷ କୌଣସି ପଦକ୍ଷପ ନ ନେବାରୁ ସ୍ଥାନୀୟ ଲୋକମାନେ ଉତ୍ୟପ୍ତ ହୋଇ ରାସ୍ତା ଅବରୋଧ କରିବା ଫଳରେ ସେହି ରାସ୍ତା ଦେଇଯାଉଥିବା ଗାଡି ଚଳାଚଳ ଠପ ହୋଇଯାଇଛି ।


