ଅଚିହ୍ନା ଯୁବତୀଙ୍କ ମୃତ ଶରୀର ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମା ନୂଆବସଷ୍ଟାଣ୍ଡ ପଛପଟେ ଏକ ଅଚିହ୍ନା ଯୁବତୀଙ୍କ ମୃତ ଶରୀର ପଡିଥିବାର ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ ସକାଳ ସମୟରେ ଜଣେ ବ୍ୟକ୍ତି ବସଷ୍ଟାଣ୍ଡ ପଛପଟ ରାସ୍ତା ଦେଇ ଯାଉଥିବା ସମୟରେ ଜଣେ ଯୁବତୀଙ୍କ ମୃତ ଶରୀର ପଡିଥିବାର ଦେଖି ପାରଳାଖେମୁଣ୍ଡି ପୋଲିସକୁ ଖବର ଦେଇ ଥିଲେ । ଖବର ପାଇ ଘଟଣା ସ୍ତଳରେ ପାରଳା ଥାନା ଅଧିକାର ବିବେକାନନ୍ଦ ସ୍ଵାଇଁ ନିଜ ଦଳୀୟ ଟିମ୍ ସହ ଅନୁସନ୍ଧାନ କାରି କୁକୁରକୁ ସାଙ୍ଗରେ ଧରି ଶବଟିକୁ ଜବତ କରିବାସହ ଘଟଣା ସ୍ତଳରେ ସମସ୍ତ ପ୍ରକାରର ବିଷୟ ସମ୍ପର୍କରେ ତଦନ୍ତ କରିଥିଲେ । ଝିଅଟି ୨୦ ବର୍ଷର ଯୁବତୀ ହୋଇଥିବାର ପୋଲିସ ସନ୍ଦେହ କରୁଥିବା ବେଳେ ଝିଅର ନାଁ ଗାଁ କିଛି ବର୍ତମାନ ସୁଧା ଜଣାପଡିନାହିଁ । ଏହାକୁ ନେଇ ପାରଳା ଥାନା ପକ୍ଷରୁ ୟୁ.ଡି କେସ୍ ନମ୍ବର ୮/୨୨ ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ କରିବାପାଇଁ ମୁଖ୍ୟ ଚିକିଶ୍ଚାଳୟକୁ ପଠାଇଛନ୍ତି । ବାରମ୍ବାର ପାରଳାଖେମୁଣ୍ଡି ସହରର ନୂଆବସଷ୍ଟାଣ୍ଡ ଅଞ୍ଚଳରେ ଏପରି ଘଟଣା ମାନ ଘଟୁଥିଲେ ମଧ୍ୟ ପୋଲିସ ସବୁ ଜାଣି ଅଜଣା ହୋଇ ରହୁଥିବାର ସହରବାସୀଙ୍କ ମଧ୍ୟରେ ଚର୍ଚାର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ