ପୂର୍ବତନ ବିଧାୟକ  ବିଜୟ ଜେନାଙ୍କ ବିୟୋଗରେ  ଶୋକ ସଭା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ନିତ୍ୟାନନ୍ଦ ପାଠାଗାର ସଭାପତି ଶ୍ରୀ ଗୌରହରି ପଟନାୟକଂକ ସଭାପତିତ୍ୱରେ ଦିବଙ୍ଗତ ନେତା ତଥା ପୂର୍ବତନ ବିଧାୟକ  ବିଜୟ କୁମାର ଜେନାଙ୍କ ବିୟୋଗରେ ଏକ ଶୋକ ସଭା ନିତ୍ୟାନନ୍ଦ ପାଠାଗାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କ୍ୟାଣ୍ଡେଲ ଓ ଧୂପ ପ୍ରଜ୍ୱଳନ କରି ବିଜୟ ବାବୁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଆଲୋଚନାଚକ୍ର ମାଧ୍ୟମରେ ଶୋକ ବ୍ୟକ୍ତ କରି ସ୍ମୃତିଚାରଣ କରାଯାଇଥିଲା । ଏହି ଶୋକ ସଭାରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ସହ ସୂର୍ଯ୍ୟନାରାୟଣ ପଟ୍ଟନାୟକ, ବିଚିତ୍ରାନନ୍ଦ ବେବର୍ତ୍ତା, ଶିଶିର କୁମାର ଭଂଜ ସାମନ୍ତ, ରବିନାରାୟଣ ଚୌଧୁରୀ, କୈଳାସ ପଟନାୟକ ଓ କିଶୋର ଚନ୍ଦ୍ର ଗୁରୁ ତାଂକର ଅତୀତର ସ୍ମୃତିଚାରଣ କରିଥିଲେ ଓ ଅନେକ ସଭ୍ୟ ଯଥା ମଲ୍ଲିକାର୍ଜୁନ ପଟନାୟକ, ବୃନ୍ଦାବନ ପଣ୍ଡିତ, ହରିଶ୍ଚନ୍ଦ୍ର ପାତ୍ର, ବଂଶୀଧର ପଟନାୟକ, ଲକ୍ଷ୍ମିକାନ୍ତ ପଟନାୟକ, ରବିନ୍ ପଟନାୟକ, ଦ୍ଵାରିକା ନାଥ ପଟନାୟକ ବାଆଁକୁ ପଟନାୟକ ଓ ବାବି ପଟନାୟକ ଯୋଗ ଦେଇଥିଲେ ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ