ଅଜଣାଗାଡି ଧକ୍କାରେ ହାଇସ୍କୁଲ କିରାଣୀ ଗୁରୁତର
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ଗାଙ୍ଗପୁର ଥାନା ଅନ୍ତର୍ଗତ ମା ବନ ଦୂର୍ଗା ପୀଠ ନିକଟରେ ଗତକାଲି ପ୍ରାୟ ସଂନ୍ଧ୍ୟା ୭ ଟା ସମୟରେ ଅଜଣା ଗାଡି ଧକ୍କାରେ ଜଣେ ଗୁରୁୁତର ଆହାତ ହୋଇଛନ୍ତି । ଆହାତ ଜଣଙ୍କ ପରିଚୟ ବଡବୋରସିଂ ହାଇସ୍କୁଲର କିରାଣୀ ବନ୍ଧ ପ୍ରଧାନ (୫୭) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଗୋବରାରେ ଭଡାରେ ରହୁଥିବା କିରାଣୀ ଘରୋଇ କାମରେ ଭଂଜନଗର ଯାଇଥିଲେ । ଘରୋଇ କାମ ସାରି ସଂନ୍ଧ୍ୟାରେ ଫେରୁଥିବା ସମୟରେ ଅଜଣା ଗାଡି ଧକ୍କାରେ ଗୁରୁତର ଆହାତ ହୋଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଗୋବରା ମେଡିକାଲରେ ଭର୍ତ୍ତିକରିଥିଲେ । ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।