ସବିତା ଆରୋଗ୍ୟ କୁଟୀର ଆୟୁର୍ବେଦ ଚିକିତ୍ସା କେନ୍ଦ୍ର ଉଦଘାଟନ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଏନ୍.ଏ.ସି. ଅନ୍ତର୍ଗତ ଓ୍ବାଡ଼ ନଂ ୮କୋର୍ଟ ଷ୍ଟେସନ ସାହି କୋଠଘର ଶ୍ରୀ ଭେଙ୍କଟ ମହାଲକ୍ଷ୍ମୀ ନିଳୟମ୍ ରେ ଯୁବ ଜ୍ୟୋତିଷୀ ଦୀପକ କୁମାର ଦାଶ ଓ ବ୍ରହ୍ମପୁର ଆୟୁର୍ବେଦ ଡ଼ାକ୍ତର ସୁଧୀର କୁମାର ସାହୁଙ୍କ ମିଳିତ ଉଦ୍ୟମରେ ଜ୍ୟୋତିଷୀ ଦୀପକ କୁମାର ଦାଶଙ୍କ ମାତା ୰ସଵିତା ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏକ ଆୟୁର୍ବେଦ ଚିକିତ୍ସା ସେବା ଅନୁଷ୍ଠାନ ସବିତା ଆରୋଗ୍ୟ କୁଟୀର ଉଦ୍ଘାଟନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ, ସମ୍ମାନିତ ଅତିଥି ରୂପେ ଭାଗବତ ଭାସ୍କର ପଣ୍ଡିତ ଜଗନ୍ନାଥ ପଣ୍ଡା, ତରୁଣ ସନ୍ୟାସୀ ସ୍ଵାମୀ ସନ୍ନୀଷ୍ଠାନନ୍ଦ ସରସ୍ବତୀ, ବଦ୍ରିକା ଆଶ୍ରମ ହିମାଳୟ, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ ପାଢ଼ୀ, ପ୍ରେସ୍ କ୍ଲବ୍ ର ସଭାପତି ରଵୀନ୍ଦ୍ର ପଣ୍ଡା, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଆଇନ ପରାମର୍ଶ ଦାତା ଓ ଲୋକ ସମ୍ପର୍କ ଅଧିକାରୀ ବି. ଶ୍ରୀନିବାସ, ଵରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଡ଼ାକ୍ତର ସୁଧୀର କୁମାର ସାହୁ, ଵେଦପାଠୀ ପଣ୍ଡିତ ସୁମନ ପଣ୍ଡା ଓ ମନୋରଞ୍ଜନ ଦାଶ, ସବିତା ଆରୋଗ୍ୟ କୁଟୀର ର ମୁଖ୍ୟ ପୃଷ୍ଠ ପୋଷାକ ପ୍ରମୋଦ କୁମାର ଦାଶ, ଗୋବିନ୍ଦ ଚନ୍ଦ୍ର ଦାଶ, ଗୁପ୍ତ ପ୍ରସାଦ ପଣ୍ଡା, ମା’ ରାମଚଣ୍ଡୀ ଶକ୍ତିପୀଠର ସଂଯୋଜକ କମଳ ପଣ୍ଡା, ସହ ସଂଯୋଜକ ତୁଷାର ଶତପଥୀ, ସମ୍ମାଜସେବୀ ଅଟ୍ଟଳ ପଟ୍ଟନାୟକ, ପ୍ରଫୁଲ୍ଲ ମହାରଣା, ରାମଚଣ୍ଡୀ ପୂଜା କମିଟି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ପରିଶେଷରେ କମଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।


