ଅଜଣା ଗାଡ଼ି ଧକ୍କାରେ କୃଷ୍ଣସାର ମୃଗ ମୃତ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଭାଲ୍ୟାଝୋଳା ଗ୍ରାମ ମୁଖ୍ୟରାସ୍ତାରେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଅଜଣା ଗାଡି ଧକ୍କାରେ ଗୋଟିଏ କୃଷ୍ଣସାର ହରିଣର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଖବରପାଇ ପାଟପୁର ବନପାଳ ପ୍ରମୋଦ କୁମାର ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ହରିଣର ମୃତଦେହ ଉଦ୍ଧାର କରି ପାଟପୁର ପ୍ରାଣୀ ଚିକିତ୍ସାଳୟକୁ ପଠାଇଥିଲେ। ହରିଣଟି ମାଇ ପ୍ରଜାତିର ବୋଲି ଜଣାପଡିଛି। ହରିଣର ମୃତଦେହକୁ ସେଠାରେ ବ୍ୟବଚ୍ଛେଦ କରାଯିବା ପରେ ପୋତି ଦିଆଯାଇଥିବା ଜଣାପଡିଛି। ଉକ୍ତ ଅଞ୍ଚଳରେ ପ୍ରତିଦିନ ବହୁ ସଂଖ୍ୟକ ହରିଣ ଯା ଆସ କରୁଥିବା ବେଳେ   ଅନେକ ସମୟରେ ଗାଡି ଧକ୍କାରେ ବହୁ ସଂଖ୍ୟକ ହରିଣଙ୍କ ମୃତ୍ୟୁ ହେଉଥିବା ବେଳେ ଅନେକ ବାଇକ ଚାଳକ ଆହତ ହେଉଥିବା ଗ୍ରାମବାସୀ କହିଛନ୍ତି । ଦିନକୁଦିନ ଜଙ୍ଗଲ କ୍ଷୟ ହେଉଥିବା ଯୋଗୁଁ ବନ୍ୟପ୍ରାଣୀ ମାନେ ଖାଦ୍ୟ ଅନ୍ୱେଷଣରେ  ଏବେ ଗାଁ ମୁହାଁ ହେଉଥିବା ଜଣାପଡିଛି ।   

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ