ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ଚିକିଟି, (କୁରେଶୁ ସାହୁ):ଚିକିଟି ବ୍ଲକ କେ . ନୂଆଗାଁ ଥାନା ଅର୍ନ୍ତଗତ ଚିକିଟି ମୁଖ୍ୟରାସ୍ତା ନୂଆଗାଁ ଛକ ମନ୍ଦିର ନିକଟରେ ସୋମବାର ସକାଳ ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଜଣକ ହେଲେ ଦିଗପହଣ୍ଡି ବ୍ଲକ ଗୈାଡଗାଁର କେ . ଗଣେଶ ପାତ୍ରଙ୍କ ପୁତ୍ର କେ . ବିଷ୍ଣୁ ପାତ୍ର (୩୫) ବୋଲି ଜଣାପଡିଛି । ମୃତ ବିଷ୍ଣୁ ଗତ ୬ ବର୍ଷ ଧରି ବିଦେଶ ରେ ଏକ କମ୍ପାନୀରେ କାମ କରୁଥିବା ବେଳେ ୮ ମାସ ହେଲା ନିଜ ଗ୍ରାମ ଗୈାଡଗାଁ ଆସିଥିଲେ । ସୋମବାର ସାଢେ ୪ ଘଣ୍ଟ ସମୟରେ କୌଣସି କାର୍ଯ୍ୟ ନିମନ୍ତେ ନିଜ ବାଇକ ଯୋଗେ ଚିକିଟି ଅଭିମୁଖେ ବାହାରି ମାତ୍ର ଅଳ୍ପ ବାଟ ଯିବାପରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ହଁ ବିଷ୍ଣୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସକାଳୁ ସକାଳୁ ଘଟଣା ପ୍ରଘଟ ପରେ କେ. ନୂଆଗାଁ ପୋଲିସ ପହଞ୍ଚି ଶବକୁ ଚିହ୍ନଟ ପରେ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ଘଟଣାପରେ ପରିବାର ଲୋକ ଓ ଗୈାଡଗାଁ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ପୋଲିସ ଶବକୁ ଜବତ କରି ଥାନା କେସ ନଂ ୧୪୨/୨୦୨୦ ଅନୁସାରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଶବଗୃହକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ