ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ ଦୁଇ ଗୁରୁତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ଗୁଣ୍ଠପଡା ଗ୍ରାମ ନିକଟ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତଙ୍କ ଘର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ  ପ୍ରେମ ନଗର ସାହିରେ। ମୃତକ ଜଣକ ହେଲେ ଭଗବାନ ବିଷୋୟୀଙ୍କ ପୁଅ ଅଜିତ ବିଷୋୟୀ (୨୨)। ଏବଂ ଆହାତ ମାନେ ହେଲେ  ଏନ୍. ପୂର୍ଣ୍ଣ ପାତ୍ର ଏବଂ ବି . ଶଙ୍କର ପାତ୍ର । ବୁଧବାର ଦିନ ୩ ସାଙ୍ଗ ମିଶି  ଏକ ବାଇକରେ ବି. ତୁରୁବୁଡ଼ିି ଗ୍ରାମ ନିକଟ କେରାଣ୍ଡିମାଳ ପାହାଡ଼ ଉପରେ ଥିବା ମାଁ ନିଜ ବାଙ୍କେଶ୍ଵରୀ ମନ୍ଦିର ଯାଇଥିଲେ । ମାଁ ଙ୍କ ଦର୍ଶନ ସାରି ଘରକୁ ଫେରୁଥିବା ସମୟରେ ଅପରାହ୍ନ ପ୍ରାୟ ସାଢେ ୩ ଟା ରେ ବିପରୀତ ଦିଗରୁ ଏକ  ଗାଡ଼ି ସେମାନଙ୍କ ବାଇକକୁ ଧକ୍କା ଦେଇ ଦ୍ରୁତ ଗତିରେ ସେଠାରୁ ଚାଲି ଯାଇଥିଲା।  ରାସ୍ତାରେ ଯାଉଥିବା କିଛି ଗ୍ରାମବାସୀ ଦିଗପହଣ୍ଡି ଥାନା  ଏବଂ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଆମ୍ବୁଲାନ୍ସ କର୍ମଚାରୀ ବୃନ୍ଦ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସେଠାରେ ଉପସ୍ଥିତ ଡାକ୍ତର ଅଜିତ ଙ୍କୁ ମୃତ ଘୋଷଣା କରିଥିବା ବେଳେ ପୂର୍ଣ୍ଣ ଏବଂ ଶଙ୍କରଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା ।  ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ ଅଜିତ ଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଛନ୍ତି। ଏନେଇ ଥାନାରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ