ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା କଞ୍ଜାମେଣ୍ଡି ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକ ଜଣକ ଜି.ଉଦୟଗିରି ଥାନା କଳିଙ୍ଗାର ପବିତ୍ର ମୋହନ ପ୍ରଧାନ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ସୂଚନା ପ୍ରକାରେ ପବିତ୍ର ଓ ତାଙ୍କର କିଛି ସହଯୋଗୀ ସିର୍ତ୍ତିଗୁଡ଼ା ଅଞ୍ଚଳର ଏକ ଇଟା ଭାଟିରେ ଶ୍ରମିକ ଭାବେ କାମ କରୁଥିଲେ । ମଙ୍ଗଳବାର ଦିନ କାମସାରି ରାତିରେ ଗାଁ କୁ ଯିବାପାଇଁ ବସ୍ ରେ ବସିବା ପାଇଁ ସିର୍ତ୍ତିଗୁଡ଼ାରୁ କ.ନୂଆଗାଁକୁ ଚାଲି ଚାଲି ଆସୁଥିବାବେଳେ କଞ୍ଜାମେଣ୍ଡି ନିକଟରେ ଏକ ଅଜଣା ଗାଡ଼ି ପବିତ୍ରକୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ପବିତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେପଟେ ଖବରପାଇ ଘଟଣାସ୍ଥଳରେ କ.ନୂଆଗାଁ ପୋଲିସ୍ ପହଂଚି ଶବ ଜବତ କରିବାସହ ବ୍ୟବଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି କ. ନୂଆଗାଁ ପୋଲିସ୍ ।


