ପରୀକୁ ନ୍ୟାୟ ପାଇଁ ବିଜେପିର ସଚେତନତା ପଦଯାତ୍ରା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ନୟାଗତ ପରୀ ପାଇଁ ସାରା ରାଜ୍ୟ ଉଠୁଛି ପଡୁଛି । ନିଷ୍ପାପ କନ୍ୟାକୁ ନ୍ୟାୟ ପ୍ରଦାନ ପାଇଁ ବିଭିନ୍ନ ସଂଗଠନ ଆଗକୁ ଆସିଛନ୍ତି । ଏହି ପରିପ୍ରେକ୍ଷିରେ ଆଜି ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । କହରାପୋଖରୀ ସ୍ଥିତ କ୍ରାନ୍ତି ମଇଦାନ ଠାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ପଦଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ବିଜେପିନେତା ବଦ୍ରୀ ନାରାୟଣ ଧଳ ଯୋଗଦେଇ କୁନି ପରୀକୁ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଦାବି କରିବା ସହ ମନ୍ତ୍ରୀ ସାହୁଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ । ଏନେଇ ଏକ ସଚେତନତା ପଦଯାତ୍ରା ମଧ୍ୟ ଆୟୋଜନ କରାଯାଇଥିଲା । ବ୍ଲକର ପିରିପୁର, ମହୁରା ଓ ଧାମନଗର ଛକ ପ୍ରମୁଖ ଅଞ୍ଚଳକୁ ପଦଯାତ୍ରାରେ ଯାଇ ବିଜେପି ନେତା ଓ କର୍ମୀ ମାନେ ଏଦିଗରେ ଜନସଚେତନତା ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମରେ ନିର୍ମଳ କର, ପ୍ରକାଶ ମହାପାତ୍ର, ଜୟସ୍ମିତା ଗୋଚ୍ଛାୟତ, ତପସ୍ୱନୀ ମହାପାତ୍ର, ରୁକ୍ମଣୀ ଦାସ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ, ପ୍ରଫୁଲ୍ଲ ସାହୁ, ଅକ୍ଷୟ ମହାନ୍ତି, ସରପଞ୍ଚ କମଳ କୁମାର ନନ୍ଦ, ଜଗବନ୍ଧୁ ଦାସ, ବାବାଜୀ ଚରଣ ଜେନା, ରାମଚନ୍ଦ୍ର ସେନାପତି ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ